ଖୋର୍ଦ୍ଧା ଜାତୀୟ ରାଜପଥ କୁହୁଡି ନିକଟରେ ଟ୍ରକ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ, ଲୁଟି ନେଲେ ୧୦,୦୦୦ ଟଙ୍କା

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ କୁହୁଡି ନିକଟରେ ଏକ ଲୁହାପଥର ବୋଝେଇ ଟ୍ରକ ଡ୍ରାଇଭରଙ୍କୁ  ଖଣ୍ଡା ଭୁଜାଲି ଦେଖାଇ  ନଗଦ ଦଶ ହଜାର ଟଙ୍କା ଲୁଟିନେଲେ ଲୁଟେରା । କେନ୍ଦୁଝର ରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଟ୍ରକ ଚାଳକ ଢ଼ାବାରେ ଖାଇବା ପାଇଁ ଗାଡିକୁ ରଖିଥିଲେ । ଢ଼ାବାରୁ ଖାଦ୍ୟ ପାର୍ଶଲ ନେଇ ଚାଳକ ଟ୍ରକରେ ଚଢିବା ସମୟରେ ଚାରି ଜଣ ଲୁଟେରା ଟ୍ରକ ଚାଳକଙ୍କୁ ଖଣ୍ଡା ଭୁଜାଲି ଦେଖାଇ ଗୋଟେ ମୋବାଇଲ, ୧୦,୦୦୦ ଟଙ୍କା ଲୁଟି ନେବା ସହ ଟ୍ରକ ଚାଳକକୁ ଡକାୟତ ମାନେ ଭୁଜାଲିରେ ମୁଣ୍ଡ ଓ ହାତକୁ ହାଣି ପକାଇଥିଲେ ।

ଡ୍ରାଇଭର ଜଣଙ୍କର ଚିତ୍କାର ଶୁଣି ସ୍ଥାନୀୟ ଲୋକମାନେ ଘଟଣା ସ୍ଥଳରେ ପହଞ୍ଚି ଆହତ ଡ୍ରାଇଭରକୁ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଚିକିତ୍ସା ପରେ ଡ୍ରାଇଭର ସୁସ୍ଥ ଥିବା ଜଣାପଡିଛି । ଆହତ ଡ୍ରାଇଭର ଜଣକ ନୟାଗଡ଼ ଜିଲ୍ଲା ଦଶପଲ୍ଲା କନ୍ଧଖାଲ ମୋଡ଼ା ଗ୍ରାମର ନିରଞ୍ଜନ ଜାଲି । ବୟସ ୩୫ ବର୍ଷ । ଏଭଳି ଜାତୀୟ ରାଜପଥ ଖୋର୍ଦ୍ଧା ଠାରୁ ବାଲୁଗାଁ ଭିତରେ ବାରମ୍ବାର ଚୋରି, ଡକାୟତି ଓ ରାହାଜାନୀ ଘଟୁଥିବା ବେଳେ, ପୋଲିସର ପେଟ୍ରୋଲିଙ୍ଗି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.