Below header

ବାପରେ କି ମାଡ ! ବ୍ୟକ୍ତି ଏମିତି ଛେଚା ଖାଉଛନ୍ତି ଦେଖିଲେ ମଦ ପିଇବା ଭୁଲିଯିବେ ଆପଣ

ଓଃ କି ମାଡ, ହାତକୁ ଗୋଡକୁ କି ମାଡ ହେଉଛି ମ ! ଏକଦମ୍‌ ଆଖି ବନ୍ଦ କରି ଚାଲିଛି ମାଡ। ଆପଣ ଭାବୁଥିବେ ଜଣେ ସ୍ତ୍ରୀ ଲୋକ ଏ ବ୍ୟକ୍ତିଙ୍କୁ ଏମିତି କାହିଁକି ମାଡ ମାରୁଛନ୍ତି ବୋଧହୁଏ ମହିଳାଙ୍କ ସହିତ କିଛି ଖରାପ ବ୍ୟବହାର କରିଛି ଏ ବ୍ୟକ୍ତିଟି, ନଚେତ ଏମିତି କାହିଁକି ବାନ୍ଧିକି ପିଟା ଖାଉଛି। ଏମିତି ବହୁତ କଥା ଆପଣଙ୍କ ମନକୁ ଆସୁଥିବ ନିଶ୍ଚୟ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁମ୍‌ ଦାମ୍‌ କରି ମାଡ ଖାଉଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଏ ମହିଳାଙ୍କ ସ୍ୱାମୀ।

wifeଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ସ୍ୱାମୀ ଜଣଙ୍କ ତାହେଲେ କଣ ଏମିତି ଭୂଲ କରିଦେଲେ ଯାହା ପାଇଁ ସେ ଏମିତି ନିର୍ଦ୍ଧୁମ ପିଟା ଖାଉଛନ୍ତି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ବ୍ୟକ୍ତି ଜଣଙ୍କ କୌଣସି ପରକୀୟା ସମ୍ପର୍କ ପାଇଁ ନୁହେଁ ବରଂ ମାତାଲୀ ଗୁଣ ପାଇଁ ମାଡ ଖାଉଛନ୍ତି। ସେଥିପାଇଁ ସ୍ତ୍ରୀ ଜଣଙ୍କ ଦେଉଛନ୍ତି ଏମିତି ଭାବରେ ପେଟେଣ୍ଟ ମେଡିସିନ।

virallତେବେ ଏହି ଭିଡିଓକୁ କେବେ ଓ କେଉଁଠି କ୍ୟାପଚର କରାଯାଇଛି ତାହାର ସୂଚନା ମିଳିପାରିନାହିଁ। କିନ୍ତୁ ଭିଡିଓଟି ଟ୍ଵିଟରରେ ବହୁତ ମାତ୍ରାରେ ସେୟାର ହେବାରେ ଲାଗିଛି। କେବଳ ଏତିକି ନୁହେଁ ଭିଡିଓକୁ ଦେଖି ଲୋକମାନେ ବିଭିନ୍ନ ପ୍ରକାର ପ୍ରତିକ୍ରୀୟା ମଧ୍ୟ ଦେଉଛନ୍ତି। କିଏ କହୁଛନ୍ତି ଏମିତି ମାଡ ଖାଇବା ଅପେକ୍ଷା ସ୍ୱାମୀକୁ ମଦ ଛାଡିଦେବା ଭଲ ତ ଆଉ କିଏ କହୁଛନ୍ତି ସବୁ ମଦୁଆଙ୍କୁ ଏମିତି ସ୍ତ୍ରୀ ମିଳିବା ଦରକାର। ସେହିପରି ଆଉ କିଛି ଲୋକ ଭିଡିଓକୁ ଦେଖି କହୁଛନ୍ତି ଇଏ ତ ପୂରା ଲାଇଭ୍‌ ପେଟେଣ୍ଟ ମେଡିସିନ୍‌।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.