ସତ ହେଉଛି ବାବା ବେଙ୍ଗାଙ୍କ ଭବିଷ୍ୟବାଣୀ, ମୃତ୍ୟୁର ୮୫ ପୂର୍ବରୁ ଦେଇଥିଲେ ୨୦୨୦ ମହାମାରୀର ଚେତାବନୀ

୨୦୨୦ ମସିହା ସମସ୍ତଙ୍କ ପାଇଁ ବହୁତ ଖରାପ ବର୍ଷ ସାବ୍ୟସ୍ତ ହୋଇଛି। ଚଳିତବର୍ଷ ଗୋଟେପଟେ କରୋନା ଆତଙ୍କ ଜାରି ରଖିଥିବା ବେଳେ ଅନ୍ୟପଟେ ଚୀନ ଓ ଭାରତ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି। ଅଧା ବର୍ଷ ଚାଲିଯାଇଥିଲେ ବି କୌଣସି ଶୁଭ ସୂଚନା ମିଳୁନାହିଁ। ମହାମାରୀ କମିବା ବଦଳରେ ବଢ଼ିବାରେ ଲାଗିଛି। କରୋନା ସ୍ଥିତିକୁ ଦେଖି ବାବା ବେଙ୍ଗାଙ୍କ ଭବିଷ୍ୟବାଣୀ ସଠିକ୍‌ ପ୍ରମାଣିତ ହେଉଥିବା ଦେଖାଯାଇଛି। ବେଙ୍ଗା ବାବା ନିଜ ମୃତ୍ୟୁର ୮୫ ବର୍ଷ ପୂର୍ବରୁ ଏହି ମହାମାରୀ ବିଷୟରେ ଭବିଷ୍ୟବାଣୀ କରିଥିଲେ, ଯାହାର ଜ୍ୱଳନ୍ତ ପ୍ରମାଣ ଏବେ ସମସ୍ତଙ୍କ ସାମ୍ନାରେ।

ମାତ୍ର ୧୨ ବର୍ଷ ବୟସରେ ଦୃଷ୍ଟି ଶକ୍ତି ହରାଇଥିବା ବାବା ବେଙ୍ଗା ବିଶ୍ୱ ବାଣିଜ୍ୟିକ ସଂଗଠନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ, ରାଜକୁମାରୀ ଡାଏନାଙ୍କ ମୃତ୍ୟୁ ଓ ପ୍ରାକୃତିକ ବିପର୍ଯ୍ୟୟ ଭଳି ଅନେକ ଘଟଣାର ସଠିକ୍‌ ଭବିଷ୍ୟବାଣୀ କରିଥିଲେ। ୨୦୨୦ ମସିହାକୁ ନେଇ ମଧ୍ୟ ସେ ଭବିଷ୍ୟବାଣୀ କରିଥିଲେ ଯେ ଏହି ବର୍ଷ ଭୟଙ୍କର ବିପଦ ମାଡ଼ି ଆସିବ। ସେ ପୃଥିବୀକୁ ଜଳପ୍ରଳୟ ଆସିବା ନେଇ, ୟୁରୋପୀୟ ଦେଶରେ ମୁସ୍‌ଲିମ୍‌ କଟରପନ୍ଥୀଙ୍କ ଉତ୍ପାତ, ମହାମାରୀ ପ୍ରକୋପ ଓ ବିରୋଧୀ ଦେଶରେ ଆତଙ୍କ ଆଦି ବିଷୟରେ ମଧ୍ୟ କହିଥିଲେ। ବର୍ତ୍ତମାନ ସ୍ଥିତିକୁ ଦେଖିଲେ ତାଙ୍କ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଥିବା ଜଣାଯାଇଛି। ବାବା ବେଙ୍ଗା ଆହୁରି ମଧ୍ୟ କହିଥିଲେ ୨୦୨୦ରେ ଚୀନ୍‌ ମୁଖ୍ୟ ମହାଶକ୍ତି ଭାବେ ସାମ୍ନାକୁ ଆସିବ। ଏହା ବ୍ୟତୀତ ଭାରତ ଓ ଋଷ ମଧ୍ୟ ଦୁନିଆରେ ରାଜ୍‌ କରିବେ।

benga2

ସୂଚନାଯୋଗ୍ୟ ଯେ ବାବା ବେଙ୍ଗା ବୁଲଗେରିଆ ବାସିନ୍ଦା। ତାଙ୍କ ପ୍ରକୃତ ନାମ ହେଉଛି ବେଙ୍ଗୋଲିଆ ପାଣ୍ଡବା ଦିମିତ୍ରୋବା। ୧୯୧୧ ମସିହାରେ ସେ ଜନ୍ମଗ୍ରହଣ କରିଥିଲେ। ୧୨ ବର୍ଷ ବୟସରେ ଏକ ବାତ୍ୟା ବେଳେ ସେ ନିଜ ଦୁଇ ଆଖି ହରାଇ ବସିଥିଲେ। ଏହା ପରେ ସେ ଜାଣିବାକୁ ପାଇଥିଲେ ଯେ ସେ ଭବିଷ୍ୟତକୁ ଦେଖିପାରୁଛନ୍ତି। ୧୯୬୬ ମସିହାରେ ତାଙ୍କ ଦେହାନ୍ତ ହୋଇଥିଲା। ମୃତ୍ୟୁ ପୂର୍ବରୁ ସେ ପ୍ରାୟ ୧୦୦ଟି ଭବିଷ୍ୟବାଣୀ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.