ମୋହନା: ବାଇକ୍ ପିକଅପ୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କ ଜୀବନ

ମୋହନା : ଗଜପତି ଜିଲ୍ଲା ଆର୍.ଉଦୟଗିରି ଥାନା ପରିମଳ-ଏନ୍. ଝାଲର ସିଂ ରାସ୍ତାରେ ଏକ ବାଇକ୍ ଏବଂ ବୋଲେରୋ ପିକ୍ଅପ୍ ଭ୍ଯାନ୍ ମୁହାଁ ମୁହିଁ ଧକ୍କା ହେବା ଫଳରେ ବାଇକ୍ ଆରୋହୀଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି l ମୃତକ ହେଲେ ହାତୀକୁଦା ଗ୍ରାମର ସୈଦ୍ରକ ରଇତ(୫୦)। ଘଟଣାରେ ଅନ୍ୟ ଜଣେ ଆରୋହୀ ଆନନ୍ଦ ରଇତ ଆହତ ହୋଇଛନ୍ତି।

ପୋଲିସର ସୂଚନା ମୁତାବକ, ସୈଦ୍ରକ୍ ଏବଂ ଆନନ୍ଦ ଆର୍.ଉଦୟଗିରିରୁ ନିଜ ଗ୍ରାମ ହାତୀକୁଦାକୁ ବାଇକ୍ ଯୋଗେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ  ପିକ୍ଅପ୍ ମ୍ଯାନ୍ ସହିତ ଧକ୍କା ହୋଇଥିଲା। ଦୁର୍ଘଟଣାବେଳେ ଘଟଣା ସ୍ଥଳରେ ହିଁ ସୈଦ୍ରକଙ୍କ ମୃତ୍ୟୁ ହୋଇଯାଇଥିଲା। ଏହି ଦୁର୍ଘଟଣା ସମୟରେ ଅନ୍ୟ ଏକ ବାଇକ୍ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲେ ମଧ୍ଯ ସେମାନେ ଅଳ୍ପକେ ବର୍ତିଯାଇଥିଲେ l

ସୈଦ୍ରକଙ୍କ ଭାଇ ଆନନ୍ଦ ରଇତଙ୍କ ଲିଖିତ ଅଭିଯୋଗ ପ୍ରକାରେ ଆର୍.ଉଦୟଗିରି ପୋଲିସ ଏକ ମାମଲା ରୁଜୁ କରିବା ସହ ଦୁର୍ଘଟଣା ଗ୍ରସ୍ତ ପିକଅପ  ଏବଂ ଦୁଇଟି ବାଇକ୍ କୁ ଜବତ କରି ଘଟଣାର ତଦନ୍ତ ଚଳାଇଛି । ଅନ୍ୟପଟେ ସୈଦ୍ରକଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପାରଳାଖମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯିବା ସହ ପିକଅପ୍ ଡ୍ରାଇଭର ଆର୍.ଉଦୟଗିରି ଚାଞ୍ଚଡା ସାହିର ନାରାୟଣ ପାଇକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.