Below header

ଲାଇଭ୍‌ ମିଟିଂରେ ସ୍ତ୍ରୀ ଚାଲି ଆସିଲେ ସ୍ୱାମୀଙ୍କୁ କିସ୍‌ କରିବାକୁ, ସୋସିଆଲ ମିଡିଆରେ ଧମାଲ କରୁଛି ଏହି ଭିଡିଓ, ଆପଣ ବି ଦେଖି ନିଅନ୍ତୁ

କରୋନା ଭାଇରସ୍‌ ଯୋଗୁ ଅନେକ କମ୍ପାନୀ ନିଜ କର୍ମଚାରୀଙ୍କୁ ଓ୍ଵାର୍କ ଫ୍ରମ୍‌ ହୋମ୍‌ କରାଉଛନ୍ତି। କିଛି ଲୋକଙ୍କୁ ଏହା ସୁବିଧା ହେଉଥିବା ବେଳେ ଆଉ କିଛି ଲୋକେ ଏହାକୁ ନେଇ ବିଭିନ୍ନ ସମସ୍ୟାରେ ପଡ଼ୁଛନ୍ତି। ପରିବାର ଭିତରେ ଅଫିସ କାମ କରିବା ମୁସ୍କିଲ ହୋଇଯାଉଛି। ଗତବର୍ଷ ଜୁମ୍‌ ମିଟିଂର କେତେକ ଭିଡିଓ ଭାଇରାଲ ହୋଇଥିଲା। ଏବେ ପୁଣି ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଏଠାରେ ଲାଇଭ୍‌ ମିଟିଂ ସମୟରେ ଜଣେ ବ୍ୟକ୍ତିଙ୍କୁ ଚୁମା ଦେବାକୁ ତାଙ୍କ ସ୍ତ୍ରୀ ଚାଲି ଆସୁଛନ୍ତି। ଆଇପିଏସ୍‌ ଅଫିସର ରୁପିନ୍‌ ଶର୍ମା ଏହି ଭିଡିଓକୁ ଟ୍ଵିଟର୍‌ରେ ଶେୟାର କରିଛନ୍ତି। ଏଥିରେ ଦେଖିବାକୁ ମିଳୁଛି, ଜଣେ ବ୍ୟକ୍ତି ଲାଇଭ୍‌ ମିଟିଂରେ ବସିଛନ୍ତି ଏବଂ ନିଜ ପ୍ରେଜେଣ୍ଟେଶନ ଦେଉଛନ୍ତି। ହଠାତ୍‌ ଏତିକି ବେଳେ ତାଙ୍କ ସ୍ତ୍ରୀ ପଛପଟୁ ଆସିଯାଉଛନ୍ତି ଏବଂ ସ୍ୱାମୀଙ୍କୁ ଚୁମା ଦେବାକୁ ଚେଷ୍ଟା କରୁଛନ୍ତି। ଏହି ସମୟରେ ବ୍ୟକ୍ତି ଜଣକ ପଛକୁ ବୁଲି ପଡ଼ୁଛନ୍ତି ଏବଂ କହୁଛନ୍ତି, ‘ମୁଁ ଅନ୍‌ ଏୟାର ଅଛି, ଏ କି ଫାଲ୍‌ତୁ କାମ’। ଏହା ଦେଖି ସ୍ତ୍ରୀ ହସିବାକୁ ଲାଗୁଛନ୍ତି। ପରେ ବ୍ୟକ୍ତି ପୁଣିଥରେ ମିଟିଂରେ ସାମିଲ ହେଉଛନ୍ତି।

ରୁପିନ୍‌ ଶର୍ମା ଭିଡିଓକୁ ଶେୟାର କରି କ୍ୟାପସନ ଲେଖିଛନ୍ତି, ‘ଓ୍ଵାର୍କ ଫ୍ରମ୍‌ ହୋମ୍‌ର ବିପଦ’। ୧୩ ଫେବୃଆରୀରେ ଶେୟାର କରାଯାଇଥିବା ଏହି ଭିଡିଓକୁ ଏବେ ସୁଦ୍ଧା ହଜାରରୁ ଅଧିକ ଭ୍ୟୁ ମିଳିସାରିଲାଣି। ଜଣେ ୟୁଜର କହିଛନ୍ତି, ‘ଯେତେବେଳେ ବି ଭିଡିଓ କନ୍‌ଫରେନ୍ସ କରିବେ, ତ ରୁମ୍‌କୁ ବନ୍ଦ କରି ରଖନ୍ତୁ। କିନ୍ତୁ ମାନିବାକୁ ପଡ଼ିବ, ବ୍ୟକ୍ତିଙ୍କର ଲଭିଂ ଓ୍ଵାଇଫ୍‌ ଅଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.