Below header

PPO ନମ୍ବର ହଜିଗଲେ EPFO ପେନ୍‌ସନ ଭୋଗୀ ହୁଅନ୍ତୁ ନାହିଁ ଚିନ୍ତିତ, ବହୁତ ସହଜ ଉପାୟରେ ଏମିତି କରନ୍ତୁ ହାସଲ

କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ(EPFO)ର କର୍ମଚାରୀ ପେନ୍‌ସନ ସ୍କିମ୍‌ ଅଧୀନରେ ଆସୁଥିବା କୌଣସି ବି ପେନ୍‌ସନ ଭୋଗୀଙ୍କର ଯଦି ପେନ୍‌ସନ ପେମେଣ୍ଟ ଅର୍ଡର(PPO) ନମ୍ବର ହଜିଯାଏ, ତ ଚିନ୍ତା କରିବାର ଆବଶ୍ୟକ ନାହିଁ। ଏହାକୁ ପୁଣିଥରେ ହାସଲ କରାଯାଇପାରିବ। ପେନ୍‌ସନ ଭୋଗୀଙ୍କର ପିପିଓ ନମ୍ବର ହଜିଗଲେ ତ ସେ ନିଜ ବ୍ୟାଙ୍କ ଆକାଉଣ୍ଟ ନମ୍ବର କିମ୍ବା ପିଏଫ୍‌ ନମ୍ବର ସାହାଯ୍ୟରେ ଏହାକୁ ସହଜରେ ପାଇପାରିବେ।

ଏ ହେଉଛି ପୂରା ପ୍ରକ୍ରିୟା

୧. EPFOର େଓ୍ଵବ୍‌ସାଇଟ https://www.epfindia.gov.in/site_en/index.php କୁ ଯାଆନ୍ତୁ।

୨. ବାମ ପାର୍ଶ୍ୱରେ ଦିଆଯାଇଥିବା ‘ଅନ୍‌ଲାଇନ ସର୍ଭିସେଜ’ ସେକ୍ସନରେ ‘Pensioners Portal’ର ଅପଶନରେ କ୍ଲିକ୍‌ କରନ୍ତୁ। କ୍ଲିକ୍‌ କରିବା ପରେ ନୂଆ ପେଜ୍‌ ଖୋଲିବ।

୩. ନୂଆ ପେଜ୍‌ରେ ଆପଣଙ୍କୁ ବାମ ପାର୍ଶ୍ୱରେ Know Your PPO No. ବିକଳ୍ପ ଉପରେ କ୍ଲିକ୍‌ କରିବାକୁ ହେବ।

୪. ଏଠାରେ ସେହି ବ୍ୟାଙ୍କ ଆକାଉଣ୍ଟ ନମ୍ବର ଦେବାକୁ ହେବ, ଯାହା ଆପଣଙ୍କ ପେନ୍‌ସନ ଫଣ୍ଡ ସହ ଲିଙ୍କ୍‌ ରହିଛି। ଏହାଛଡ଼ା PF ନମ୍ବର ଭଳି ମେମ୍ବର ଆଇଡି ପକାଇ ସର୍ଚ୍ଚ କରିପାରିବେ।

୫. ଡିଟେଲ୍ସ ସବମିଶନ ପରେ PPF ନମ୍ବର ସ୍କ୍ରିନ୍‌ ଉପରେ ଶୋ’ କରିବାକୁ ଲାଗିବ।

କ’ଣ ଏହି PPO ନମ୍ବର

କର୍ମଚାରୀମାନଙ୍କ ଅବସର ପରେ EPFO ତରଫରୁ ୧୨ ଡିଜିଟ୍‌ର PPO ନମ୍ବର ଜାରି କରାଯାଇଥାଏ। ଏହି ନମ୍ବର ସାହାଯ୍ୟରେ ପେନ୍‌ସନ ଭୋଗୀ ଅବସର ପରେ ପେନ୍‌ସନ ପ୍ରାପ୍ତ କରିପାରିଥାଆନ୍ତି। ଏହା ଏକ ରେଫରେନ୍ସ ନମ୍ବର, ଯାହା ସେଣ୍ଟ୍ରାଲ ପେନ୍‌ସନ ଆକାଉଣ୍ଟିଙ୍ଗ୍‌ ଅଫିସରୁ କୌଣସି ବି ଯୋଗାଯୋଗ କରିବା ପାଇଁ ହୋଇଥାଏ।

ଏହି ଜାଗାରେ ଆବଶ୍ୟକ ପଡ଼ିଥାଏ PPO ନମ୍ବର

୧. PPO ନମ୍ବର ପେନ୍‌ସନ ଭୋଗୀଙ୍କ ପାସବୁକରେ ଏଣ୍ଟର କରିବା ଜରୁରୀ।

୨. ବ୍ୟାଙ୍କର କୌଣସି ଗୋଟିଏ ବ୍ରାଞ୍ଚରୁ ଅନ୍ୟ ବ୍ରାଞ୍ଚକୁ ପେନ୍‌ସନ ଆକାଉଣ୍ଟ ଟ୍ରାନ୍ସଫର କରାଯିବାରେ PPO ନମ୍ବର ଆବଶ୍ୟକ ପଡ଼ିଥାଏ।

୩. ପେନ୍‌ସନ ସମ୍ବନ୍ଧୀୟ କୌଣସି ବି ଅଭିଯୋଗ EPFOରେ ଏଣ୍ଟର କରାଇବା ପାଇଁ PPO ନମ୍ବର ଦେବା ଅନିବାର୍ଯ୍ୟ ହୋଇଥାଏ।

୪. ଅନ୍‌ଲାଇନ ପେନ୍‌ସନ ଷ୍ଟେଟସ୍‌ ଜାଣିବା ପାଇଁ ମଧ୍ୟ PPO ନମ୍ବରର ଆବଶ୍ୟକତା ପଡ଼ିଥାଏ।

୫. ପ୍ରତ୍ୟେକ ବର୍ଷ ଜୀବନ ପ୍ରମାଣ ଜମା କରିବା ସମୟରେ ବି PPO ନମ୍ବର ମେନ୍ସନ କରିବାକୁ ପଡ଼ିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.