Below header

ଗଜପତି: ଅଡବା ଡମ୍ବଗୁଡା ଗାଁ ନାଳରେ ପଥର ପ୍ୟାକିଙ୍ଗ ବେଳେ ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଜଣେ ମୃତ ଓ ୬ ଆହତ

ମୋହନା(କେନ୍ୟୁଜ୍):  ଗଜପତି ଜ଼ିଲ୍ଲା ଅଡବା ଥାନା ଡମ୍ବଗୁଡା ଗ୍ରାମରେ ଟ୍ରାକ୍ଟର ଓଲଟି ନାଳ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜଣେ ଶ୍ରମିକ ମୃତ୍ୟୁ ବରଣ କରିଛନ୍ତି ମୃତକ ହେଲେ ଗଞ୍ଜାମ ଜ଼ିଲ୍ଲା ବଡ଼ଗଡ଼ ଥାନା ନୂଆଗାଁ ର କାହ୍ନୁ ପ୍ରଧାନ (୩୨) l  ଏହି ଦୁର୍ଘଟଣା ରେ ଅନ୍ୟ ଛଅ ଜଣ ଶ୍ରମିକ ଆହତ ହୋଇଛନ୍ତି, ଆହତ ମାନଙ୍କୁ ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଛି l

tracktor 12

ସୂଚନା ଯୋଗ୍ୟ ଯେ ଡମ୍ବଗୁଡା ଗ୍ରାମରେ ଏକ ନାଳରେ ପଥର ପ୍ୟାକେଙ୍ଗ କାର୍ଯ୍ୟ ଚାଲିଥିବା ବେଳେ କାର୍ଯ୍ୟରେ ନିୟୋଜିତ ଟ୍ରାକ୍ଟର ଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା, ଫଳରେ ସେଥିରେ ବସିଥିବା ଶ୍ରମିକ ମାନେ ଦୁର୍ଘଟଣା ର ଶିକାର ହୋଇଥିଲେ l ଦୁର୍ଘଟଣା ପରେ ଟ୍ରାକ୍ଟର ଡ୍ରାଇଭର ଫେରାର ଅଛି, ଅଡବା ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କୁ ପଠାଇଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ଗାଡିଟିକୁ ଜବତ କରି ଘଟଣାର ତଦନ୍ତ କରୁଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.