ସାଙ୍ଗକୁ ମଦ ପିଆଇ ବାନ୍ଧି ଦେଲେ, ସ୍ୱାମୀ ଆଖି ସାମ୍ନାରେ ପତ୍ନୀ ସହ କଲେ ନାରକୀୟ କାଣ୍ଡ

ନିଷ୍ଠୁରତାର ସବୁ ସୀମା ଲଘିଂଲେ ମଣିଷ । ଭୁଲିଗଲେ ସବୁ ମର୍ଯ୍ୟାଦା । ପ୍ରଥମେ ସାଙ୍ଗର ସ୍ତ୍ରୀ ଉପରେ ପକାଇଥିଲେ ଲୋଲୁପ ଦୃଷ୍ଟି । ପରେ ନିଜ ଲାଳସାକୁ ପୂରଣ କରିବାକୁ ଯାଇ ଶେଷରେ କରି ବସିଲେ ଜଘନ୍ୟ କାଣ୍ଡ । ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ।

ନିଷ୍ଠୁରତାର ସବୁ ସୀମା ଲଘିଂଲେ ମଣିଷ। ଭୁଲିଗଲେ ସବୁ ମର୍ଯ୍ୟାଦା । ପ୍ରଥମେ ସାଙ୍ଗର ସ୍ତ୍ରୀ ଉପରେ ପକାଇଥିଲେ ଲୋଲୁପ ଦୃଷ୍ଟି । ପରେ ନିଜ ଲାଳସାକୁ ପୂରଣ କରିବାକୁ ଯାଇ ଶେଷରେ କରି ବସିଲେ ଜଘନ୍ୟ କାଣ୍ଡ । ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଏ କୌଣସି ବାହାର ରାଜ୍ୟର ଘଟଣା ନୁହେଁ, ଖୋଦ୍ ପୁରୀ ଜିଲ୍ଲା ବ୍ରହ୍ମଗିରି ଅଞ୍ଚଳରେ ଘଟିଛି ଏହି ଅମାନବୀୟ ଘଟଣା ।

ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ କରାଯାଇଛି ଗଣଦୁଷ୍କର୍ମ । ପୁଣି ଏଭଳି ଅମଣିଷ ପଣିଆ ଦେଖାଇଛନ୍ତି ସାଙ୍ଗମାନେ । ଏ ଘଟଣା ବିଷୟରେ ଆମେ ଭାବିଲାରୁ ଆମ ଲୋମ ଟାଙ୍କୁରି ଉଠୁଛି । ଛାତି ଥରି ଯାଉଛି । କିନ୍ତୁ ଏପରି ଘଟଣା ଗୋଟିଏ ସ୍ୱାମୀ ଆଖି ସାମ୍ନାରେ ଘଟି ଯାଇଛି । ସ୍ୱାମୀର ହାତ ଗୋଡ଼ ବାନ୍ଧି କଣ୍ଟା ବାଡ଼ିରେ ପକାଇ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିଲେ ସାଙ୍ଗମାନେ । ଯାହାକୁ ନେଇ ସ୍ୱାମୀ ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଯାହା ସୂଚନା ରହିଛି, ଅରଖକୁଦା ମେରାଇନ୍‌ ଥାନା ଅଂଚଳରେ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ନେଇ ତାଙ୍କ ସ୍ୱାମୀ ସାଙ୍ଗମାନଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି। ମହିଳାଙ୍କ ସ୍ଵାମୀଙ୍କ ହାତ ଗୋଡ ବାନ୍ଧି ତାଙ୍କ ଆଖି ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ବ୍ୟକ୍ତି ଜଣକ ।

ସୂଚନା ଅନୁସାରେ, ଗତକାଲି ରାତିରେ ଦୁଇଜଣ ଯୁବକ ଗୋପିନାଥପୁର ଅଞ୍ଚଳରେ ଜଣେ ସାଙ୍ଗକୁ ମଦ ପିଇବାକୁ ଡାକିଥିଲେ । ସେ ମଧ୍ୟ କାମରୁ ଆସି ପହଞ୍ଚିବା ପରେ ସାଙ୍ଗ ମାନଙ୍କ ସହ ମିଶି ମଦ ପିଇଲେ । ଆଉ ମଦନିଶାରେ ସମ୍ପୂର୍ଣ୍ଣ ରୂପେ ବୁଡ଼ି ଯାଇଥିଲେ। ଏହି ସୁଯୋଗର ଫାଇଦା ଉଠାଇଥିଲେ ତାଙ୍କ ସାଙ୍ଗମାନେ । କିଛି ସମୟ ପରେ ତାଙ୍କ ସ୍ତ୍ରୀ ସହ ଖରାପ ବ୍ୟବହାର ଦେଖାଇ ଥିଲେ । ଶେଷରେ ସ୍ୱାମୀଙ୍କୁ ସେହିଠାରେ ବାନ୍ଧି ପକାଇ ଥିଲେ । ଆଉ ତାଙ୍କ ସ୍ତ୍ରୀ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏନେଇ ପୀଡ଼ିତ ଦମ୍ପତି ତିନି ଜଣଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଜଣଙ୍କୁ ଗିରଫ କରିଛି । ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିବା ସହ ତଦନ୍ତ ଚଳାଇଛି । ଡାକ୍ତରୀ ମାଇନା ପରେ ଚିକିତ୍ସା ଚାଲିଛି ।

You might also like