Below header

ଏବେ ହାତ ମିଳାଇବାନି ହାତ ଯୋଡ଼ିବା, କରୋନା ବିଶ୍ୱ ବ୍ୟାପି ଅବଗତ କରାଇଲା ‘ନମସ୍କାର’ର ମହତ୍ତ୍ୱ

ସବୁଠି ଏବେ କରୋନା ଚର୍ଚ୍ଚା । କରୋନା ଭୟ । ଚୀନ୍‌ରୁ ଆରମ୍ଭ ହୋଇ ସାରା ବିଶ୍ୱକୁ ବ୍ୟାପି ଗଲାଣି ଏହି ମହାମାରୀ । ପ୍ରତିଦିନ ଶୁଣିବାକୁ ମିଳୁଛି କୋଭିଡ୍‌-୧୯ ବା କରୋନା ଭାଇରସ୍‌ର ଶିକାର ହେଉଛନ୍ତି ଲୋକେ । ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି । ଭାରତ ସମେତ ବିଭିନ୍ନ ଦେଶରେ କର୍ଫ୍ୟୁ ଭଳି ସ୍ଥିତି ଉପୁଜିଲାଣି । ସ୍କୁଲ କଲେଜ, ସିନେମା ହଲ୍‌କୁ ବନ୍ଦ କରି ଦିଆଗଲାଣି । ଅନେକ କାର୍ଯ୍ୟାଳୟର କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ମିଳିଛି । ବିଦେଶରେ ବିଭିନ୍ନ କମ୍ପାନୀ କିଛି ଦିନ ପୂର୍ବରୁ ଏହି ନିୟମ ଲାଗୁ କରି ସାରିଲେଣି । ବିଶ୍ୱ ଅର୍ଥନୀତିକୁ ମଧ୍ୟ ବହୁତ ବଡ଼ ଝଟ୍‌କା ଦେଇଛି କରୋନା । ହୁଏତ ଆଗକୁ ଏଭଳି ସ୍ଥିତି ଉପୁଜି ପାରେ ଦୋକାନ ବଜାର ଠୁ ଆରମ୍ଭ କରି ସବୁ କିଛି ସଟର୍‌ ଡାଉନ୍‌ ହୋଇଯିବ । ଆଉ ରାସ୍ତାଘାଟ ବି ଶୂନ୍‌ଶାନ୍‌ ଲାଗିବ । କାରଣ ସତର୍କତା କୂଳକ ଭାବେ କୁହାଯାଇଛି କି ଲୋକେ ଘର ଭିତରେ ରୁହନ୍ତୁ ।

NAMASKAR-2କରୋନା ଧନୀ କି ଗରିବ, ନେତା କି ଅଭିନେତା କିମ୍ବା ଖେଳାଳି କାହାକୁ ବି ଛାଡୁ ନାହିଁ । ଏହାର କୌଣସି ଔଷଧ ନଥିବାରୁ ଆତଙ୍କ ବେଶି ବଢ଼ି ଯାଇଛି । ଚୀନ୍‌ ପରେ ଇଟାଲୀରେ ୧ ହଜାରରୁ ଊର୍ଦ୍ଧ୍ୱ ଲୋକ ମରି ସାରିଲେଣି । ତେଣୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ଘୋଷଣା କରିଛି ।
ତେବେ ଏସବୁ ଭୟ, ଆତଙ୍କ ଭିତରେ ଭାରତ ପାଇଁ ଏକ ବଡ଼ ଖୁସି ଖବର ରହିଛି । ଏବେ ବିଦେଶରେ ମଧ୍ୟ ଭାରତୀୟ ପରମ୍ପରାକୁ ଆପଣାଇବା ଆରମ୍ଭ କରିଛନ୍ତି । ଅବଶ୍ୟ ଏଥିପାଇଁ ସେମାନଙ୍କୁ ବାଧ୍ୟ କରିଛି କରୋନା । ଆପଣମାନେ ବୁଝି ପାରୁଥିବେ ଆମେ କେଉଁ ପରମ୍ପରା କଥା କହୁଛୁ ? ଆଜ୍ଞା ହଁ, ନମସ୍କାର । କରୋନା ଯୋଗୁଁ ହ୍ୟାଣ୍ଡସେକ୍‌ ବା ହାତ ମିଳାଇବା ମନା ।

NAMASKAR-3

କାରଣ ଏଥିରେ କରୋନା ବ୍ୟାପିବାର ଆଶଙ୍କା ରହିଛି । ତେଣୁ ଦୂରରେ ରହି ନମସ୍କାର ଜରିଆରେ ସ୍ୱାଗତ କରିବା ଏକ ଭଲ ଉପାୟ । ଏମିତିକି ଆମେରିକାର ରାଷ୍ଟ୍ରପତି ଡୋନାଲଡ୍‌ ଟ୍ରମ୍ପ ନମସ୍କାର କରିବା ଆରମ୍ଭ କରି ଦେଇଛନ୍ତି । ତାଙ୍କ ପରେ ଅନ୍ୟ ରାଷ୍ଟ୍ରର ମୁଖ୍ୟ ଏବଂ ବରିଷ୍ଠ ଅଧିକାରୀମାନେ ଏହି ଢଙ୍ଗରେ ପରସ୍ପରକୁ ସ୍ୱାଗତ କରିବା ଆରମ୍ଭ କରି ଦେଇଛନ୍ତି । ତେଣୁ ଭାରତୀୟ ପରମ୍ପରା କେତେ ମହାନ୍‌ ଏକଥା ଏବେ ବିଦେଶୀମାନେ ଠିକ୍‌ ଭାବେ ବୁଝି ପାରୁଥିବେ । ତେଣୁ ଏବେ ହାତ ମିଳାଇବାନି, ହାତ ଯୋଡ଼ିବା । ନମସ୍ତେ ।

NAMASKAR-4

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.