୨୦୨୦ ଜୁଲାଇରେ ମଙ୍ଗଳ ଗ୍ରହରେ ପହଞ୍ଚିବ ରୋବର୍ଟ, ଖୋଜିବ ଜୀବର ସତ୍ତା ଓ ମଣିଷ ବଞ୍ଚିବାର ସମ୍ଭାବନା

ପାସାଡ଼େନା : ମଙ୍ଗଳ ଗ୍ରହରେ ପ୍ରାଚୀନ ଜୀବନର ସତ୍ତା ଥିବା ବିଶ୍ୱାସ କରାଯାଉଥିଲେ ମଧ୍ୟ ବୈଜ୍ଞାନିକମାନେ ଏଯାଏ କୌଣସି ନିର୍ଦ୍ଦିଷ୍ଟ ସୁରାକ ପାଇନାହାଁନ୍ତି । ଯେଉଁଥିପାଇଁ ବୈଜ୍ଞାନିକମାନେ ସେମାନଙ୍କର ଗବେଷଣା ଜାରି ରଖିଛନ୍ତି ।

ନାସାର ବୈଜ୍ଞାନିକମାନେ ନିକଟରେ ଏକ ରୋବର୍ଟ ବିକଶିତ କରିଛନ୍ତି । ଯାହା କି ମଙ୍ଗଳ ଗ୍ରହରେ ଯାଇ ପ୍ରାଚୀନ ସଭ୍ୟତାର ସୁରାକ୍‌ ଖୋଜିବା ସହ ଆଗାମୀରେ ମନୁଷ୍ୟ ବଞ୍ଚି ରହିବାର ସମ୍ଭାବନା ଖୋଜିବ । ଏହି ରୋବର୍ଟ ଲସ୍‌ ଏଞ୍ଜେଲସ୍‌ ଜେଟ୍‌ ପ୍ରପଲ୍ଶନ୍‌ ଲାବୋରେଟୋରୀରେ ନିର୍ମାଣ କରାଯାଇଛି । କିଛି ଦିନ ତଳେ ଏହାର ଚାଳକ ଉପକରଣ ସଫଳତାର ସହ ପରୀକ୍ଷଣ କରାଯାଇଛି ।

Mars-2020

ଏହି ରୋବର୍ଟ ଆସନ୍ତା ଜୁଲାଇ ମାସରେ ପୃଥିବୀ ପୃଷ୍ଠରୁ ମଙ୍ଗଳକୁ ପ୍ରେରଣ କରାଯିବ। ମଙ୍ଗଳ ଗ୍ରହରେ ପଦାର୍ପଣ କରିବାର ଏହା ହେବ ଆମେରିକାର ୫ମ ରୋବର୍ଟ । ରୋବର୍ଟ ସହ ବିଭିନ୍ନ ଉପକରଣପଠାଯାଇଛି ଯାହାକି ମଙ୍ଗଳ ପୃଷ୍ଠରେ ଭୌଗଳିକ ଓ ରାସାୟନିକ ବିଷୟ ସମ୍ପର୍କରେ ତଥ୍ୟ ଯୋଗାଇବ ।
ରୋବର୍ଟରେ ୨୩ଟି କ୍ୟାମେରା ଓ ୨ଟି ଶ୍ରବଣ ଯନ୍ତ୍ର ଲଗାଯାଇଛି ।

ଏହି ରୋବର୍ଟ ମଙ୍ଗଳରେ ଜୀବନ ସତ୍ତାର ସୁରାକ ଖୋଜିବା ମଡ଼େଲରେ ନିର୍ମାଣ କରାଯାଇଛି ବୋଲି ମିଶନର ମୁଖ୍ୟ ମେଟ୍‌ ବ୍ଲେସ୍‌ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.