Below header

ବିଶ୍ୱର ସବୁଠାରୁ ବଡ ଶିବଲିଙ୍ଗ, ଦର୍ଶନ କରିବା ମାତ୍ରେ ହିଁ ଦୂରହୁଏ ଭକ୍ତଙ୍କ ଅର୍ଥାଭାବ

ଅରୁଣାଚଳ ପ୍ରଦେଶ ସ୍ଥିତ ଶିବଙ୍କର ଏପରି ଏକ ଅଦ୍ଭୁତ ମନ୍ଦିର ରହିଛି, ଯେଉଁଠି ପ୍ରଭୁ ଭୋଳାନାଥଙ୍କୁ ଦର୍ଶନ କରିବା ମାତ୍ରେ ଭକ୍ତ ମାଲାମାଲ ହୋଇଯାଆନ୍ତି। ଏହି ମନ୍ଦିରର ନାମ ସିଦ୍ଧେଶ୍ୱର ମହାଦେବ ମନ୍ଦିର। ଏହି ମନ୍ଦିର ବହୁତ ପ୍ରାଚୀନ। ଶିବ ପୁରାଣରେ ଏହି ମନ୍ଦିରର ବର୍ଣ୍ଣନା କରାଯାଇଛି। ପୁରାଣ ଅନୁସାରେ ମଧ୍ୟ ଶିବ ଏଠାରେ ପ୍ରତ୍ୟେକ୍ଷ ବାସ କରିଥାନ୍ତି ବୋଲି କୁହାଯାଇଛି। ଶିବ ପୁରାଣର ୧୭ ତମ ଅଧ୍ୟାୟରେ ରୁଦ୍ର ଖଣ୍ଡ ମୁତାବକ ଅରୁଣାଚଳ ପ୍ରଦେଶର ଜଙ୍ଗଲରେ ଏକ ପ୍ରାକୃତିକ ଶିବଲିଙ୍ଗ ରହିଥିଲା, ଯାହା ମାଟି ଭିତରେ ରହିଥିଲା ବର୍ଣ୍ଣନା କରାଯାଇଛି।

234

ପୌରାଣିକ କଥାନୁସାରେ, ୨୦୦୪ରେ ଶିବଲିଙ୍ଗର ସନ୍ଧାନ କାଠ ହାଣିବାକୁ ଯାଇଥିବା କିଛି ଲୋକ କରିଥିଲେ। ଜଙ୍ଗଲରେ କାଠ ହାଣିବା ସମୟରେ ଗୋଟେ କାଠ ସେମାନଙ୍କ ଉପରେ ପଡିଥିଲା, ଯାହା ହଟାଇ ଦେଖିବା ପରେ ସେମାନେ ଶିବଲିଙ୍ଗ ଦେଖିବାକୁ ପାଇଥିଲେ।

ଶିବଙ୍କ ଏହି ଧାମ ଅରୁଣାଚଳ ପ୍ରଦେଶର ନହାରଲଗୁନ ରେଲେଓ୍ଵ ଷ୍ଟେସନରୁ ୧୨୦ କିମି ଦୂର ସ୍ଥିତ କାରଡୁରେ ରହିଛି। ଯାହାର ଉଚ୍ଚତା ୨୪ ଫୁଟ ଏବଂ ଚଉଡା ୨୨ ଫୁଟ ରହିଛି। ଏହା ଦୁନିଆର ସବୁଠାରୁ ବଡ ଶିବଲିଙ୍ଗ ଭାବେ ପରିଚିତ।

ଏହାସହ ପଢ଼ନ୍ତୁ ; ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ପକ୍ଷୀ ‘କ୍ୟାସଓ୍ଵରୀ’, ଯିଏ ନେଇଯାଇଥିଲା ନିଜ ମାଲିକର ଜୀବନ

ଏହାକୁ ପ୍ରାକୃତିକ ଭାବେ ନିର୍ମିତ। ଏହାକୁ କେହି କୃତ୍ରିମ ଭାବେ ପ୍ରସ୍ତୁତ କରିନାହାନ୍ତି। ଯେଉଁଠାରେ ଏହା ରହିଛି, ସେହିସ୍ଥାନରେ ଏକ ଝରଣା ସବୁବେଳେ ବୋହୁଥାଏ। ମା ଗଙ୍ଗା ନିଜେ ଶିବଙ୍କ ଅଭିଷେକ କରୁଥାନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି।

111

ପୌରାଣିକ କଥାନୁସାରେ, ଶିବଲିଙ୍ଗ ସନ୍ଧାନ ସମୟରେ ଜଙ୍ଗଲରେ ଚମତ୍କାରୀ ଶକ୍ତିର ଅନୁଭୂତି ହୋଇଥିଲା ବୋଲି କାଠ ହାଣିବାକୁ ଯାଇଥିବା ଲୋକେ ଅନୁଭବ କରିଥିଲେ। ସେମାନେ ଶିବ ଲିଙ୍ଗର ଦର୍ଶନ କରି ଘରକୁ ଯିବା ମାତ୍ରେ ସେମାନଙ୍କ ଦାରିଦ୍ରତା ଦୂର ହୋଇଯାଇଥିଲା ଏବଂ ସେମାନଙ୍କ ଦୁଃଖକଷ୍ଟ ଦୂର ହୋଇ ଉନ୍ନତି ହୋଇଥିଲା।

ଏହି ବିଶାଳକାୟ ଶିବଲିଙ୍ଗର ଦର୍ଶନ କରିବା ପରେ ବ୍ୟକ୍ତିର ଆର୍ଥିକ ଅସୁବିଧା ଦୂର ହେବା ସହ ଅର୍ଥର ଅଭାବ ରହେ ନାହିଁ। ଏହା ସହିତ ମାନସିକ ଚିନ୍ତା ମଧ୍ୟ ଦୂର ହୋଇଥାଏ ବୋଲି ଲୋକବିଶ୍ୱାସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.