Below header

ଆଫ୍ରିକୀୟ ରାଷ୍ଟ୍ର ବୋତସ୍ୱାନାରୁ ମିଳିଲା ବିଶ୍ୱର ତୃତୀୟ ବୃହତ୍ତମ ହୀରା

ଆଫ୍ରିକୀୟ ରାଷ୍ଟ୍ର ବୋତସ୍ୱାନାରୁ ବିଶ୍ୱର ୩ୟ ବୃହତ୍ତମ ହୀରା ମିଳିଛି । ୧୦୯୮ କ୍ୟାରେଟ୍ ବିଶିଷ୍ଟ ଏହି ହୀରାକୁ ଆମେରିକାର ଡି ବିୟର୍ସ ଓ ବୋତ୍ସ୍ୱାନାର ଦେବ୍ସ୍ୱାନା କମ୍ପାନୀ ମିଳିତଭାବେ ଖଣିରୁ ଉତ୍ତୋଳନ କରିଥିବା ଜଣାପଡିଛି । ବୁଧବାର ବୋତ୍ସ୍ୱାନା ରାଷ୍ଟ୍ରପତିଙ୍କୁ ଏହି ହୀରା ପ୍ରଦର୍ଶନ କରାଯାଇଥିଲା ।

ବର୍ତ୍ତମାନ ସୁଦ୍ଧା ଏହି ଦୁର୍ଲଭ ହୀରାର ନାମ କରଣ କରାଯାଇ ନାହିଁ । ଏହି ହୀରାର ଲମ୍ବ ୭୩ ମିଲିମିଟର , ଚୌଡ଼ା ୫୨ ମିଲିମିଟର ଓ ଓସାର ୨୭ ମିଲିମିଟର ବୋଲି ଦେବସ୍ବାନା କମ୍ପାନୀ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ ଏହାପୂର୍ବରୁ ୧୯୦୫ରେ ଦକ୍ଷିଣ ଆଫ୍ରିକା ଖଣିରୁ ପୃଥିବୀର ବୃହତ୍ତମ ହୀରା କୁଲିନାନ୍‌ ମିଳିଥିଲା । ଏହାର ଓଜନ ୩,୧୦୬ କ୍ୟାରେଟ୍‌ ଥିଲା । ସେହିପରି ୨୦୧୫ରେ ଉତ୍ତର ପୂର୍ବ ବୋଷ୍ଟଓ୍ବାନାର ଖଣିରୁ ୧,୧୦୯ କ୍ୟାରେଟ୍‌ ଓଜନ ବିଶିଷ୍ଟ ପୃଥିବୀର ଦ୍ୱିତୀୟ ବୃହତ୍ତମ ହୀରା ଲେସିଡି ଲା ରୋନା ମିଳିଥିଲା । ଦେବସ୍ବାନା କମ୍ପାନୀ ଦ୍ୱାରା ବିକ୍ରି ହେଉଥିବା ହୀରାର ୮୦ ପ୍ରତିଶତ ରାଜସ୍ବ ସରକାରଙ୍କ ପାଖକୁ ଯାଇଥାଏ । କରୋନା ମହାମାରୀ ଯୋଗୁ ବର୍ତ୍ତମାନ ହୀରା ବିକ୍ରି ହ୍ରାସ ପାଇଛି । ମାତ୍ର ଏହି ହୀରା ମିଳିବା ଯୋଗୁ ଲୋକ ମାନେ ଏବେ ଆନନ୍ଦରେ ଉତ୍ସବ ପାଳନ କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.