Below header

ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କ ସ୍ବରୂପ ଶାଳଗ୍ରାମ ପୂଜା କରନ୍ତୁ , ଘରେ ହେବ ଧନର ବର୍ଷା

ବୃହସ୍ପତି ବାର ବା ଗୁରୁବାର ଦିନ ଭଗବାନ ବିଷ୍ଣୁଙ୍କର ସମସ୍ତ ସ୍ବରୂପ ପୂଜା କରାଯାଇଥାଏ। ଏହା ମଧ୍ୟରେ ଏକ ରୂପ ହେଉଛି ଶାଳଗ୍ରାମ। ଏହାକୁ ପୂଜା କରିବା ଦ୍ବାରା ଶ୍ରୀ ହରି ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ଭଗବାନ ବିଷ୍ଣୁଙ୍କୁ ଶାଳଗ୍ରାମ ରୂପରେ ପୂଜା କରାଯାଇଥାଏ। ଏହି ରୂପରେ ଭଗବାନ କଳା ରଙ୍ଗର ଚିକ୍କଣ ପଥର ରୂପେ ନଜର ଆସିଥାନ୍ତି। ଏହି ଶାଳଗ୍ରାମ ପଥର ନେପାଳରେ ଅବସ୍ଥିତ ଗଣ୍ଡକି ନଦୀ କୂଳରୁ ମିଳିଥାଏ। ଏହି ନଦୀ ତୁଳସୀଙ୍କ ସ୍ବରୂପ ମାନତ୍ୟା ରହିଛି। ଏହି କାରଣରୁ ଶାଳଗ୍ରାମ ପୂଜା କରିବା ସମୟରେ ତୁଳସୀ ଅର୍ପଣ କଲେ ଭଗବାନ ଜଲଦି ପ୍ରସନ୍ନ ହୋଇଥାନ୍ତି।

shalagramaଶାଳଗ୍ରାମର ବିଶେଷ କଥା

ଶାସ୍ତ୍ରରେ ମାନ୍ୟତା ରହିଛି ଘରେ କେବଳ ଗୋଟେ ହିଁ ଶାଳଗ୍ରାମ ରହିବା ଉଚିତ। ଏହାକୁ ବିନା ସ୍ନାନ କରି ଛୁଇଁବା ଅନୁଚିତ। ଏହାକୁ ପୂଜା କରିବା ସମୟରେ ମନ ଶୁଦ୍ଧ ବା ନିର୍ମଳ ରଖିବା ଉଚିତ। ଶାଳଗ୍ରାମ ପୂଜାରେ ତୁଳସୀ ଲାଗି କରିବା ଦ୍ବାରା ଧନ-ବୈଭବ ପ୍ରାପ୍ତି ହୋଇଥାଏ।

shalagrama-ଏପରି ପୂଜା କରନ୍ତୁ

ଶାଳଗ୍ରାମ ପୂଜା କରିବା ପୂର୍ବରୁ ଏହାକୁ ଧୋଇ ତା ଉପରେ ଚନ୍ଦନ ଲଗାନ୍ତୁ। ଏହା ପରେ ଫୁଲ ଓ ତୁଳସୀ ଅର୍ପଣ କରି ବିଷ୍ଣୁଙ୍କ ମନ୍ତ୍ର ଜପ କରନ୍ତୁ। ଏହାକୁ ପୂଜା କରିବା ପାଇଁ ସର୍ବଦା ଘର ସଫା ରଖିବା ଉଚିତ। ଏଥି ସହିତ ଏହାକୁ ବିଷ୍ଣୁଙ୍କ ପ୍ରତିମା ନିକଟରେ ରଖିବା ଦ୍ବାରା ଅଧିକ ଫଳଦାୟକ ହୋଇଥାଏ। ଏପରି ବିଶ୍ବାସ ମଧ୍ୟ ରହିଛି ଯେଉଁଠାରେ ପ୍ରତ୍ୟେକ ଦିନ ଶାଳଗ୍ରାମ ପୂଜା କରାଯାଇଥାଏ ସେଠାରେ ମା ଲକ୍ଷ୍ମୀ ବାସ କରିଥାନ୍ତି। ଗୁରୁବାର ଦିନ ଶାଳଗ୍ରାମଙ୍କ ପୂଜା କରିବା ଦ୍ବାରା ମଣିଷ ଜୀବନର ସମସ୍ତ ପାପ ଧୋଇ ହୋଇଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.