ଶିମିଳିପାଳରେ ୮ ମାସର କଲରାପତରିଆ ବାଘଛୁଆର ମୃତଦେହ ଠାବ

କେନ୍ୟୁଜ୍ : ଶିମିଳିପାଳ ଅଭୟାରଣ୍ୟରେ ୮ ମାସର କଲରାପତରିଆ ବାଘ ଛୁଆ ମୃତ । ବାଘ ଛୁଆର ଗଳିତ ମୃତ ଦେହକୁ ଠାବ କରିଛି ବନ ବିଭାଗ । ଶିମିଳିପାଳ ଅଭୟାରଣ୍ୟ ଜେନାବିଲ ରେଞ୍ଜର ଟିକତାଲି ସେକ୍ସନ ସରୁଆ ବିଟ୍ର ନାଳ କ଼ଡରୁ ବାଘଟିକୁ ଉଦ୍ଧାର କରାଯାଇଛି । ବାଘ ଛୁଆର ସ୍ୱଭାବିକ ମୃତ୍ୟୁ ହୋଇଛି ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଅଧିକାରୀ । ଅଧିକ ତଦନ୍ତ ପରେ ବାଘ ମୃତ୍ୟୁର ରହସ୍ୟ ପଦାକୁ ଆସିବ ବୋଲି ଜଣାପଡିଛି ।