Below header

ଦିନକ ପରେ ତୃତୀୟ ଟେଷ୍ଟ : ଅଭ୍ୟାସ କରୁ ନାହିଁ ବିରାଟ ବାହିନୀ

ଲଣ୍ଡନ : ଦିନକ ପରେ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ । ପ୍ରଥମ ଦୁଇଟି ମ୍ୟାଚ୍‌ ହାରିବା ପରେ ଭାରତ ଏବେ ପୂରା ବ୍ୟାକ୍‌ଫୁଟ୍‌ରେ । ନଟିଂହାମ୍‌ରେ ତୃତୀୟ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ଏପର୍ଯ୍ୟନ୍ତ ଖେଳାଳିମାନେ ନେଟ୍‌ ଅଭ୍ୟାସ ବି କରି ନାହାନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କାରଣ ବିଶେଷ ଭାବେ ପୂର୍ବ ଦୁଇଟିଯାକ ମ୍ୟାଚ୍‌ରେ ବ୍ୟାଟ୍‌ସମ୍ୟାନ୍‌ମାନେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତଥାପି ଯେମିତି ଚେତୁ ନାହାନ୍ତି ଖେଳାଳି । ଅବଶ୍ୟ ଭାରତୀୟ ଦଳ ପକ୍ଷରୁ ଯେଉଁ ଖବର ମିଳିଛି, ସେ ଅନୁଯାୟୀ କୁହାଯାଉଛି କି ଖେଳାଳିମାନେ ମାନସିକ ଭାବେ ଦୃଢ଼ ହେବା ଦରକାର । ଅଭ୍ୟାସ ଏତେ ଜରୁରୀ ନୁହେଁ ।

ସେପଟେ ଆହତ କାରଣରୁ ଏପର୍ଯ୍ୟନ୍ତ ଖେଳି ନଥିବା ପେସ୍‌ ବୋଲର ଭୁବନେଶ୍ୱର କୁମାର । ତାଙ୍କୁ ଅବଶ୍ୟ ପ୍ରଥମ ୩ଟି ଟେଷ୍ଟରୁ ବାଦ୍‌ ଦିଆଯାଇଛି । ତେଣୁ ସେ ବେଙ୍ଗାଳୁରୁରେ ରହି ଠିକ୍‌ ହେବା ପାଇଁ ଜିମ୍‌ ଯାଉଛନ୍ତି । ଶେଷ ଦୁଇଟି ଟେଷ୍ଟରେ ଭୁବି ଖେଳିବାର ସମ୍ଭାବନା ରହିଛି । ଅଧିନାୟକ ବିରାଟ କୋହଲିଙ୍କ ପିଠିରେ ଯନ୍ତ୍ରଣା ଥିଲା । ସେ ପୂର୍ବ ଅପେକ୍ଷା ସୁସ୍ଥ ଅଛନ୍ତି । ଏବେବି ଓ୍ଵିକେଟ୍‌ରେ ଦୌଡ଼ିବା ସହଜ ହେଉନାହିଁ । କିନ୍ତୁ ମ୍ୟାଚ୍‌ବେଳକୁ ପୂରା ସୁସ୍ଥ ହୋଇଯିବେ ବୋଲି କହିଛନ୍ତି । ସେହିପରି ସ୍ପିନର ଅଶ୍ୱିନ୍‌ ଓ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଲର୍ଡ଼ସ ଟେଷ୍ଟ ବେଳେ ଆହତ ହୋଇଥିଲେ । ଏବେ ସୁସ୍ଥ ହୋଇ ସାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.