ଚାନ୍ଦବାଲି : ୮ଟି ପଞ୍ଚାୟତର ଲୋକ ପାଣି ଘେରରେ,ଶହଶହ ହେକ୍ଟର ଚାଷ ଜମିରେ ଲୁଣା ପାଣି

ଭଦ୍ରକ (କେ ନ୍ୟୁଜ୍) : ଦୁଇ ଦିନର ଲଗାଣ ବର୍ଷାରେ ଚାନ୍ଦବାଲିରେ ଜଳାର୍ଣ୍ଣବ ପରିସ୍ଥିତି । ବର୍ଷା ପାଣି ସାଙ୍ଗକୁ କୂଳ ଲଂଘିଛି ସମୁଦ୍ର । ସମୁଦ୍ର ଅଶାନ୍ତ ଥିବାରୁ ଜୁଆର ପାଣି ଚାଷ ଜମିରେ ମାଡି ଯାଇଛି । ଚାନ୍ଦବାଲି ବ୍ଲକର ଶହଶହ ହେକ୍ଟର ଚାଷ ଜମିରେ ପାଣି ପଶିଛି । ବାଧାପ୍ରାପ୍ତ ହୋଛି ଚାଷକାମ । ଆରଡି, ନାନ୍ଦପୁର, ସୁନ୍ଦରପୁର, ଓଳଗ ଅଞ୍ଚଳରେ ୮ଟି ପଞ୍ଚାୟତର ଲୋକ ପାଣି ଘେରରେ ରହିଛନ୍ତି । ଆରଡି-ଶୀତଳପୁର ମୁଖ୍ୟ ରାସ୍ତାର ୩ଟି ସ୍ଥାନରେ ୩ ଫୁଟ ପାଣି ପ୍ରବାହିତ ହେଉଛି । ଶୀତଳପୁର, ନାନ୍ଦପୁର ଓ ଭୂଇଁପୁର ଗାଁର ଛାତ୍ରଛାତ୍ରୀମାନେ ପାଣି ଭିତରେ ପଶି ପାଠ ପଢ଼ିବାକୁ ଯାଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.