Below header

ପାକିସ୍ତାନରେ ସାରା ଜୀବନ ରହିବାକୁ ପ୍ରସ୍ତୁତ ଥିଲେ ମହାତ୍ମା ଗାନ୍ଧୀ : କଣ ଆପଣ ଜାଣିଛନ୍ତି ଏକଥା ?

ବିଭାଜନ ସମୟରେ ଏକ ନୂଆ ଭାରତ ରୂପ ନେବାକୁ ଯାଉଥିଲା । ସବୁ ଆଖିରେ ଲୁହ ଥିଲା କିନ୍ତୁ ମନରେ ସ୍ବାଧୀନତାର ଖୁସି ଥିଲା । ଦେଶଭକ୍ତିର ଭାବନା ପ୍ରତ୍ୟେକ ମନରେ କଡ ଲେଉଟାଉଥିଲା । ସ୍ବାଧୀନତାର ଉତ୍ସବ ପାଳନ କରିବା ପାଇଁ ଲାଲକିଲ୍ଲା ଏବଂ ଇଣ୍ଡିଆ ଗେଟ୍ ସହ ଅନେକ ସ୍ଥାନରେ ଲୋକମାନେ ଭିଡ ଜମାଇବା ଆରମ୍ଭ କରିଦେଇଥିଲେ । ପୁରା ଦିଲ୍ଲୀ ଉତ୍ସବମୁଖର ଥିଲା । କିନ୍ତୁ ଏସମସ୍ତ ପ୍ରସ୍ତୁତି ମଧ୍ୟରେ ବରିଷ୍ଠ ଅଧିକାରୀଙ୍କ ମୁଣ୍ଡରେ ଏକ ଚିନ୍ତା ଥିଲା । ଚିନ୍ତା ଥିଲା ଯେ ସ୍ବାଧୀନତାର ଏହି ଉତ୍ସବ ଦେଶବାସୀଙ୍କୁ ଭୋକ ପେଟରେ ପାଳନ କରିବାକୁ ନପଡେ । ବିଭାଜନ ଯୋଗୁଁ ପ୍ରଥମ ସ୍ବାଧୀନତା ସମାରୋହ ଅନାହାରରେ ପାଳନକରିବାର ଡର ଥିଲା ବରିଷ୍ଠ ଅଧିକାରୀ ମନରେ । ଆଉ ଏହି ଚିନ୍ତା ଏବଂ ଡରର ବଡ କାରଣ ଚିଫ୍ କମିଶନର ଏସ୍ ଖୁର୍ସିଦ୍ ସେ ରିପୋର୍ଟ ଥିଲା ଯାହା ଅଗଷ୍ଟ ମାସରେ ଜାରି ହୋଇଥିଲା। ଯଦିଓ ଅନ୍ନର ଅଭାବ ଥିଲା କିନ୍ତୁ ସ୍ବାଧୀନତାର ଖୁସି ସାମ୍ନାରେ ଭୋକ ଫିକା ପଡିଯାଇଥିଲା । ଖୁର୍ସିଦଙ୍କ ଏହି ରିପୋର୍ଟ ଅନେକ କିଛି କହିଥିଲା । ତେବେ କଣ ଆପଣ ଜାଣନ୍ତି ଏହି ରିପୋର୍ଟରେ ମହାତ୍ମା ଗାନ୍ଧୀଙ୍କୁ ନେଇ ଏମିତି କିଛି ଲେଖାଯାଇଥିଲା ଯାହା ଆଜି ବି ସମସ୍ତଙ୍କୁ ଅଜଣା ।

ପାକିସ୍ତାନ ଯିବାକୁ ପ୍ରସ୍ତୁତ ଥିଲେ ମହାତ୍ମା ଗାନ୍ଧୀ :

ଖୁର୍ସିଦଙ୍କ ଏହି ରିପୋର୍ଟ ରାଜନୈତିକ, ଆର୍ଥିକ, ଖାଦ୍ୟାନ୍ନ ସମତେ କାନୁନ୍ ବ୍ୟବସ୍ଥା ଏବଂ ଅନ୍ୟ ଶ୍ରେଣୀରେ ବିଭାଜିତ ଥିଲା । ରିପୋର୍ଟ ମୂତାବକ ମହାତ୍ମା ଗାନ୍ଧୀ ହିନ୍ଦୁ ମୁସଲମାନ ଏକତା ପାଇଁ ପାକିସ୍ତାନରେ ରହି ସାରା ଜୀବନ କାମ କରିବାକୁ ପ୍ରସ୍ତୁତ ଥିଲେ । କିନ୍ତୁ ମୁସଲିମ୍ ଲିଗ୍ କହିଥିଲା ଏହା ଦ୍ବାରା ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପଡିବ । ତେଣୁ ଭାରତରେ ରହିବା ପାଇଁ ମହାତ୍ମା ଗାନ୍ଧୀଙ୍କୁ ଅନୁରୋଧ କରାଯାଇଥିଲା । ଯାହା ଫଳରେ ଭାରତରେ ହିଁ ରହିଥିଲେ ବାପୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.