କମାଲ କରିବେ କି ଭାରତୀୟ ବ୍ୟାଟର ? ରୋମାଞ୍ଚକର ସ୍ଥିତିରେ ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ
ପ୍ରଥମ ପାଳିରେ ଭାରତ ୨୬୨ ରନ୍ରେ ଅଲ୍ଆଉଟ୍ । ଦିଲ୍ଲୀରେ ଚାଲିଥିବା ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆଠାରୁ ୬୨ ରନ୍ ପଛରେ ରହିଛି ଭାରତ ।
କେନ୍ୟୁଜ୍(ବ୍ୟୁରୋ): ରୋମାଞ୍ଚକର ସ୍ଥିତିରେ ଭାରତ-ଅଷ୍ଟ୍ରେଲିଆ ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ । ପିଚ୍ରେ ସ୍ପିନରଙ୍କ ଦବ୍ଦବା । ଭାରତର ପ୍ରଭାବୀ ବୋଲିଂ ପରେ ଅଷ୍ଟ୍ରେଲିଆ ବୋଲରଙ୍କ କମାଲ୍ । ପ୍ରଥମ ପାଳିରେ ଭାରତ ୨୬୨ ରନ୍ରେ ଅଲ୍ଆଉଟ୍ । ଦିଲ୍ଲୀରେ ଚାଲିଥିବା ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆଠାରୁ ୬୨ ରନ୍ ପଛରେ ରହିଛି ଭାରତ । ଦ୍ୱିତୀୟ ଇନିଂସ ଆରମ୍ଭରୁ ଅଷ୍ଟ୍ରେଲିଆକୁ ଲାଗିଛି ଝଟ୍କା ।
୨୩ ରନ୍ରେ ଗୋଟିଏ ୱିକେଟ୍ ନେଇଛନ୍ତି ଜାଡେଜା । ପ୍ରଥମ ଦିନ ଷ୍ଟମ୍ପ ଅପସାରଣ ବେଳକୁ ଭାରତ ବିନା କୌଣସି ୱିକେଟ୍ରେ ୨୧ ରନ୍ କରିଥିଲା । ଦ୍ୱିତୀୟ ଦିନ ଖେଳ ଆରମ୍ଭରୁ ଭାରତର ପ୍ରାରମ୍ଭିକ ବିପର୍ଯ୍ୟୟ ଦେଖିବାକୁ ମିଳିଥିଲା । ୧୫୦ ରନ୍ ମଧ୍ୟରେ ୭ଟି ୱିକେଟ୍ ହରାଇଥିଲା ଟିମ୍ ଇଣ୍ଡିଆ । ଏହି ୭ଟି ୱିକେଟ୍ରୁ ୫ଟି ୱିକେଟ୍ ନେଇଥିଲେ ନାଥନ୍ ଲାୟନ । ଏହାପରେ ଅଶ୍ୱିନୀ ଏବଂ ଅକ୍ଷର ପଟେଲ ଯୋଡ଼ି ୧୧୪ ରନ୍ କରିବାରେ ସକ୍ଷମ ହୋଇଥିଲେ । ଅକ୍ଷର ପଟେଲ ୭୪ ରନ୍ କରିଥିବା ବେଳେ ଅଶ୍ୱିନୀ ୩୭ ରନ୍ର ପାଳି ଖେଳିଥିଲେ । ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୨୬୩ ରନ୍ରେ ସୀମିତ ରହିଥିଲା ।