ରାତି ୧ଟା ୮ରେ ଉଠିଲା ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ, ଭୋର ୪ଟା୪୦ମିନିଟ୍‌ରେ ଉଠିଲା ଆଖଣ୍ଡଳମଣିଙ୍କ ମହାଦୀପ

ନିର୍ଦ୍ଧାରିତ ସମୟଠାରୁ ୩ ଘଣ୍ଟା ବିଳମ୍ବରେ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଉଠିଥିଲା ମହାଦୀପ । ମନ୍ଦିର ଭିତରୁ ସେବାୟତମାନେ ମହାଦୀପ ଧରି ବାହାରି ଆସିବା ପରେ ଭକ୍ତଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଥିଲା ।

ଭୁବନେଶ୍ବର(କେନ୍ୟୁଜ୍): ରାତି ୧ଟା ୮ରେ ଉଠିଲା ମହାଦୀପ। ନିର୍ଦ୍ଧାରିତ ସମୟଠାରୁ ୩ ଘଣ୍ଟା ବିଳମ୍ବରେ ପ୍ରଭୁ ଲିଙ୍ଗରାଜଙ୍କ ପାଖରେ ଉଠିଥିଲା ମହାଦୀପ । ମନ୍ଦିର ଭିତରୁ ସେବାୟତମାନେ ମହାଦୀପ ଧରି ବାହାରି ଆସିବା ପରେ ଭକ୍ତଙ୍କ ମଧ୍ୟରେ ଆନନ୍ଦର ଲହରି ଖେଳି ଯାଇଥିଲା । ଶଙ୍ଖ ଧ୍ୱନି ସାଙ୍ଗକୁ କାହାଳୀ, ମୃଦଙ୍ଗ ଓ ଝାଞ୍ଜ ଆଦି ବାଦ୍ୟର ତାଳେ ତାଳେ ଶ୍ରଦ୍ଧାଳୁମାନେ ଶିବ ମନ୍ତ୍ର ଜପ କରି ପରିବେଶକୁ ଶିବମୟ କରିଦେଇଥିଲା ।

ପରେ ସମର୍ଥା ସେବାୟତମାନେ ମହାଦୀପ ଧରି ମନ୍ଦିର ଉପରକୁ ଉଠିଥିଲେ । ଏହି ଦୃଶ୍ୟ ଦେଖି ଭକ୍ତଙ୍କ ମଧ୍ୟରେ ଆନନ୍ଦ ଖେଳିଯାଇଥିଲା । ରାତି ଗୋଟାଏ ୧୦ ମିନିଟରେ ମହାଦୀପ ଉଠିଥିଲା । ଭକ୍ତ ଉତ୍ସାହର ସହ ଅପେକ୍ଷା କରିଥିଲେ । ଶିବ ମନ୍ତ୍ର ଉଚ୍ଚାରଣ କରି ମହାଦୀପ ଉଠିବାକୁ ସମସ୍ତେ ଏକଲୟରେ ଅନେଇ ରହିଥିଲେ ।

 

ସେହିପରି  ଭଦ୍ରକ ଆରଡି ବାବା ଆଖଣ୍ଡଳମଣିଙ୍କ ପୀଠରେ ଉଠିଲା ମହାଦୀପ । ଭୋର ୪ଟା୪୦ମିନିଟ୍‌ରେ ମହାଦୀପ ଉଠିଲା । ଜାଗର ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା । ହରିବୋଲ, ହୁଳହୁଳି, ଘଣ୍ଟ, କୀର୍ତ୍ତନରେ ମନ୍ଦିର ଚୁଡ଼ାକୁ ଉଠିଲା ମହାଦୀପ । ଏହାସହ ଆଖଣ୍ଡଳମଣିଙ୍କ ଅପୂର୍ବ ସୁନାବେଶ ମଧ୍ୟ ଦର୍ଶନ କରି ବିଭୋର ହୋଇଥିଲେ ଶ୍ରଦ୍ଧାଳୁ ।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.