Below header

ନିର୍ବାଚନ ମଇଦାନରେ ଏହି ୭ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ଆଜି

ସପ୍ତମ ପର‌୍ୟ୍ୟାୟରେ ହୋଇଥିବା ଲୋକସଭା ନିର୍ବାଚନ ପରେ ଯାହାକୁ ନେଇ ସମସ୍ତେ ଅପେକ୍ଷା କରିଥିଲେ ସେହି ସମୟ ଆସି ସାରିଛି।

ନିର୍ବାଚନ ରଣକ୍ଷତ୍ରରେ ଚଳିତ ବର୍ଷ ମଧ୍ୟ ଖେଳାଳୀଙ୍କ ଭାଗ୍ୟ ପରୀକ୍ଷା ହେବ। ସାତ ଜଣ ଖେଳାଳିଙ୍କ ଭାଗ୍ୟ ପରୀକ୍ଷା ଲୋକଙ୍କ ଭୋଟ ଉପରେ ନିର୍ଭର କରେ। ଦେଖିବାକୁ ବାକି ରହିଲା ଏହି ନିର୍ବାଚନ ପଡିଆରେ ଏମାନଙ୍କର ଜୟ ହେଉଛି ନା ନାହିଁ।

ଗୌତମ ଗମ୍ଭୀର

gautamଟିମ ଇଣ୍ଡିଆର ପୂର୍ବ ଖେଳାଳି ଗୌତମ ଗମ୍ଭୀର ପ୍ରଥମ ଥର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ଗମ୍ଭୀର ପୂର୍ବ ଦିଲ୍ଲୀରେ ଭାଜପାର ଆଶାୟୀ ପ୍ରାର୍ଥୀ ଅଛନ୍ତି।

ରାଜ୍ୟବର୍ଦ୍ଧନ ସିଂହ ରାଠୋଡ୍

puniaଜୟପୁର ଗ୍ରାମୀଣରେ ଭାଜପାର ଆଶାୟୀ ପ୍ରାର୍ଥୀ ଆଥଲେଟ ଅଲମ୍ପିକରେ ରୌପ୍ୟ ପଦକ ବିଜେତା କେନ୍ଦ୍ରୀୟ ଖେଳ ମନ୍ତ୍ରୀ ରାଜ୍ୟବଦର୍ଦ୍ଧନ ସିଂହ ରାଠୋଡ୍ ମଇଦାନକୁ ଓହ୍ଲାଇଛନ୍ତି। ତାଙ୍କ ବିପକ୍ଷରେ ଅଛନ୍ତି ଦିଲ୍ଲୀ କମନୱେଲଥ୍ ଖେଳର ଗୋଲ୍ଡ ମେଡାଲିଷ୍ଟ ଅଲମ୍ପିୟାନ ଡିସକସ ଥ୍ରୋଅର କ୍ରିଷ୍ଣା ପୁନିଆଙ୍କୁ ପ୍ରାର୍ଥୀ କରାଯାଇଛି।

କ୍ରିଷ୍ଣା ପୁନିଆ

krishnaରାଜସ୍ଥାନର ବିଧାୟକ କ୍ରିଷ୍ଣା ପୁନିଆ ଜୟପୁର ଗ୍ରାମୀଣ ରୁ କଂଗ୍ରେସର ଆଶାୟୀ ପ୍ରାର୍ଥୀ ଅଛନ୍ତି। ସେହିଭଳି ଭାଜପା ଅଲମ୍ପିକର ରୌପ୍ୟ ପଦକ ବିଜେତା କେନ୍ଦ୍ରୀୟ ଖେଳ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋଡର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି।

କୀର୍ତ୍ତି ଆଜାଦ

kirtiଧନବାଦରେ ଲୋକସଭା ନିର୍ବାଚନ ଲଢ଼ିବାକୁ ପହଁଚିଛନ୍ତି କ୍ରିକେଟର ଏବଂ କଂଗ୍ରେସ ନେତା କୀର୍ତ୍ତି ଝା ଆଜାଦଙ୍କୁ ବିଜୟ ମିଳିବ ନା ପରାଜୟ। ଏହା ଆଜି ହିଁ ଜଣାପଡିଯିବ। ଧନବାଦ ସିଟ ଉପରେ ତାଙ୍କ ମୁକାବିଲା ବିଜେପି ପ୍ରତ୍ୟାଶୀ ପିଏନ୍ ସିଂହଙ୍କ ସହିତ ରହିଛି। ପିଏନ୍ ସିଂହ ୨୦୦୯ ଏବଂ ୨୦୧୪ରେ ଏଠାରେ ବିଜୟ ପ୍ରାର୍ଥୀ ହୋଇସାରିଛନ୍ତି। ତ୍ରୁତୀୟ ଥର ବିଜେପି ଟିକେଟ ପାଇ ମଇଦାନକୁ ଓହ୍ଲାଇଛନ୍ତି।

ବିଜେନ୍ଦର ସିଂହ

bijendarଅଲମ୍ପିକ ବ୍ରୋଞ୍ଜ ପଦକ ବିଜେତା ବକ୍ସର ବିଜେନ୍ଦର ସିଂହ କଂଗ୍ରେସ ପକ୍ଷରୁ ଦକ୍ଷିଣ ଦିଲ୍ଲୀରୁ ନିର୍ବାଚନ ଲଢ଼ୁଛନ୍ତି। ବିଜେନ୍ଦର ମଧ୍ୟ ପ୍ରଥମ ଥର ପାଇଁ ମଇଦାନକୁ ଓହ୍ଲାଇଛନ୍ତି।

କଲ୍ୟାଣ ଚୌବେ

kalyanଫୁଟବଲର କଲ୍ୟାଣ ଚୌବେ ଭାଜପାର ବଙ୍ଗର କ୍ରୁଷ୍ଣନଗର ସିଟର ଆଶାୟୀ ପ୍ରାର୍ଥୀ ଅଛନ୍ତି।

ପ୍ରସୂନ ବାନାର୍ଜୀ

ଫୁଟବଲର ପ୍ରସୂନ ବାନାର୍ଜୀ ହାୱଡାରୁ ତ୍ରୁଣମୂଳ କଂଗ୍ରେସର ଆଶାୟୀ ପ୍ରାର୍ଥୀ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.