ଫ୍ରାନ୍ସସ୍ଥିତ ଭାରତର ରାଫେଲ୍ କାର୍ଯ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି ଉଦ୍ୟମ
ନୂଆଦିଲ୍ଲୀ: ଫ୍ରାନ୍ସର ପାରିସ୍ରେ ଥିବା ଭାରତର ରାଫେଲ୍ ଲଢୁଆ ବିମାନ ନିର୍ମାଣ ପ୍ରକଳ୍ପ କାର୍ଯ୍ୟାଳୟରେ କିଛି ସନ୍ଦିଗ୍ଧ ବ୍ୟକ୍ତି ପ୍ରବେଶ କରି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିବାକୁ ଉଦ୍ୟମ କରିଥିବା ଖବର ସାମ୍ନାକୁ ଆସିଛି।
ଭାରତୀୟ ବାୟୁସେନା ଅଧିକାରୀଙ୍କ ସୂଚନା ଅନୁଯାୟୀ, ପାରିସ୍ ଉପକଣ୍ଠରେ ଥିବା ଭାରତର ରାଫେଲ୍ ଲଢୁଆ ବିମାନ ନିର୍ମାଣ ପ୍ରକଳ୍ପ ପରିଚାଳନା କାର୍ଯ୍ୟାଳୟରେ ଚୋରି ଉଦ୍ୟମ ହୋଇଛି। ଏଥିରେ କୌଣସି ହାର୍ଡ-ଡିସ୍କ ଏବଂ ଦସ୍ତାବିଜ ଚୋରି ହୋଇନଥିଲେ ମଧ୍ୟ ଏହି ଚୋରି ଉଦ୍ୟମକୁ ନେଇ ଅଧିକ ଅନୁସନ୍ଧାନ ଚାଲିଛି ବୋଲି ବାୟୁସେନା ଅଧିକାରୀ ସୂଚନା ଦେଇଛନ୍ତି। ଉକ୍ତ କାର୍ଯ୍ୟାଳୟର ତାଲା ଭାଙ୍ଗି କିଛି ଦୁର୍ବୃତ୍ତ ପଶିବା ପରେ ଫାଇଲ୍ ଆଲମିରା ମଧ୍ୟ ଭାଙ୍ଗିଥିବା ଜଣାପଡ଼ିଛି। କାର୍ଯ୍ୟାଳୟ ଭିତରେ ଭଙ୍ଗାରୁଜା ପଛରେ ରାଫେଲ୍ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଫାଇଲ୍ ଚୋରି ହିଁ ମୁଖ୍ୟ ଉଦ୍ଦେଶ୍ୟ ଥିଲା ବୋଲି କୁହାଯାଇଛି।