Below header

ଦୁବାଇ ଷ୍ଟାଡିୟମରେ ଶାହାଜାଦଙ୍କ ବିସ୍ଫୋରକ ବ୍ୟାଟିଂ, ଭାରତ ଆଗରେ ଆଫଗାନିସ୍ତାନ ରଖିଲା ୨୫୩ ରନର ଲକ୍ଷ

ଦୁବାଇ : ଓପ୍ନର ମହମ୍ମଦ ଶାହାଜାଦଙ୍କ ଶତକ ଏବଂ ୭ ନମ୍ବର ବ୍ୟାଟସମ୍ୟାନଙ୍କ ଅର୍ଦ୍ଧଶତକ ବଳରେ ବେଶ୍ ଭଲ ସ୍କୋର କରିଛି ଆଫଗାନିସ୍ତାନ । ଭାରତ ସାମନାରେ ରଖିଛି ୨୫୩ ରନର ବିଜୟ ଲକ୍ଷ୍ୟ ।

ଆଜିର ମ୍ୟାଚରେ ଆଫଗାନିସ୍ତାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଶାହାଜାଦ ଭାରତୀୟ ବୋଲରଙ୍କୁ ପ୍ରବଳ ପ୍ରହାର କରି ମାତ୍ର ୧୧୬ ବଲରେ ୧୨୪ ରନ୍ କରିଥିଲେ । ଏଥିରେ ରହିଛି ୧୧ଟି ଚୗକା ଓ ୭ଟି ଛକା । ଦିନିକିଆ ଆନ୍ତର୍ଜାତିକରେ ଶାହାଜାଦଙ୍କର ଏହା ହେଉଛି ପଞ୍ଚମ ଶତକ । ତାଙ୍କର ଓପ୍ନିଂ ପାର୍ଟନର ଜାଭେଦ ଅହମଦି ୩୦ଟି ବଲ ଖେଳି ମାତ୍ର ୫ ରନ୍ କରିଥିଲେ । ତେବେ ଶାହାଜାଦ ତାଙ୍କ ସାଥୀ କରି ପ୍ରଥମ ୱିକେଟରେ ୬୫ ରନ୍ ଯୋଡ଼ିଥିଲେ । ଏହି ଯୋଡ଼ି ଭାଙ୍ଗିବା ପରେ ଅଳ୍ପ ରନ୍ ବ୍ୟବଧାନରେ ଆଫଗାନିସ୍ତାନର ୱିକେଟ୍ ସବୁ ପଡ଼ି ଚାଲିଥିଲା । ତେବେ ଚତୁର୍ଥ ୱିକେଟ୍ ୮୨ ରନରେ ପଡ଼ିବା ପରେ ଶାହାଜାଦ ଓ ଗୁଲବଦିନ ନଇବ (୧୫) ଷଷ୍ଠ ୱିକେଟରେ ୪୮ ରନ୍ ସଂଗ୍ରହ କରିଥିଲେ । ଶାହାଜାଦ ଷଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଆଉଟ୍ ହେବା ପରେ ମହମ୍ମଦ ନବି ୫୬ ବଲରୁ ୬୪ ରନ୍ (୩ ଚୌକା, ୪ ଛକା) ସ୍କୋର କରିଥିଲେ । ଫଳରେ ଆଫଗାନିସ୍ତାନ ଦଳ ୨୫୦ ରନ୍ ପାର କରି ଯାଇଥିଲା ।


ଭାରତ ପକ୍ଷରୁ ସ୍ପିନର ରବୀନ୍ଦ୍ର ଜାଡେଜା ୬୪ ରନରେ ୩ଟି ୱିକେଟ୍ ଦଖଲ କରିଛନ୍ତି । ଭାରତ ଆଜି ଅଧିନାୟକ ରୋହିତ ଶର୍ମାଙ୍କ ସମେତ ଅନ୍ୟ ପ୍ରମୁଖ ଖେଳାଳିମାନଙ୍କୁ ବିଶ୍ରାମ ଦେଇଥିଲା ।

ସ୍କୋର : ଆଫଗାନିସ୍ତାନ-୨୫୨/୮ 

( ମହମ୍ମଦ ଶାହାଜାଦ ୧୨୪, ମହମ୍ମଦ ନବି ୬୪, ରବୀନ୍ଦ୍ର ଜାଡେଜା ୩/୬୪, କୁଲଦୀପ ଯାଦବ ୨/୩୮)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.