ପାଇଲଟ ହେବେ ଜାହ୍ନବୀ କପୁର, ଇଣ୍ଡିୟାନ ଏୟାରଫୋର୍ସର ବିମାନ ଉଡ଼ାଇବେ

ମୁମ୍ବାଇ : ବଲିଉଡ଼ରେ ଏବେ ଚାଲିଛି ବାୟୋପିକ ମେଳା। ତେବେ ଏହି ତାଲିକାରେ ଏବେ ସାମିଲ ହେବାକୁ ଯାଉଛନ୍ତି ଧଡ଼କ ଅଭିନେତ୍ରୀ ଜାହ୍ନବୀ କପୁର। ତେବେ ମହିଳା ପାଇଲଟ ହେବେ ଜାହ୍ନବୀ କପୁର। ଇଣ୍ଡିୟାନ ଏୟାରଫୋର୍ସର ପ୍ରଥମ ମହିଳା ପାଇଲଟ ଗୁଞ୍ଜନ ସକସେନାଙ୍କ ଜୀବନି ଉପରେ ଆଧାରିତ ବାୟୋପିକରେ ଅଭିନୟ କରିବାକୁ ଯାଉଛନ୍ତି ଜାହ୍ନବୀ।

ଗୁଞ୍ଜନ ୧୯୯୯ ମସିହାରେ ହୋଇଥିବା କାରଗିଲ୍‌ ଯୁଦ୍ଧରେ ସାମିଲ ହୋଇଥିଲେ। ଫିଲ୍ମର ଚରିତ୍ରକୁ ନେଇ ଜାହ୍ନବୀ ଗୁଞ୍ଜନଙ୍କ ସହ ନିକଟରେ ସାକ୍ଷତ କରିଥିଲେ। ଏବେ ଫିଲ୍ମର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। ଫିଲ୍ମର ସୁଟିଂ ଖୁବ୍‌ ଶୀଘ୍ର ଆରମ୍ଭ ହେବାକୁ ଥିବା ବେଳେ ୨୦୧୯ରେ ଫିଲ୍ମଟି ପରଦାକୁ ଆସିବ ବୋଲି ସୂଚନା ମିଳିଛି।

janhvi

ଚଳିତ ବର୍ଷ ଧଡକ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି ସ୍ବର୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ। ଫିଲ୍ମରେ ତାଙ୍କ ସହ ସ୍କ୍ରିନ୍‌ ଶେୟାର କରିଥିଲେ ଇଶାନ ଖଟ୍ଟର। ଫିଲ୍ମ ସୁପରହିଟ୍‌ ହେବା ସହ ବଲିଉଡ଼‌ର ନାୟିକା ରେସରେ ସାମିଲ ହୋଇଛନ୍ତି ଜାହ୍ନବୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.