Below header

ଧୋନି ପୁଣି ହେଲେ କ୍ଯାପଟେନ୍, ଅବସରର ୬୯୬ ଦିନ ପରେ ତୁଲାଇଲେ ଅଧିନାୟକ ଦାୟିତ୍ବ

ନୂଆଦିଲ୍ଲୀ : ଅଧିନାୟକ ପଦକୁ ଫେରିଲେ ମହେନ୍ଦ୍ର ସିଂହ ଧୋନି । ପୁଣି ଭାରତୀୟ କ୍ରିକେଟ୍‌ ଟିମ୍‌ର ଦଳପତି ହୋଇଛନ୍ତି । ତେବେ ସବୁଦିନ ପାଇଁ ନୁହେଁ । ଆଜିର ଆଫଗାନିସ୍ତାନ ବିପକ୍ଷ ଏସିଆ କପ୍‌ ମୁକାବିଲାରେ ତାଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇଛି ଟିମ୍‌ ଇଣ୍ଡିଆ । ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇଛି ।

ଅବସର ନେବାର ୬୯୬ ଦିନ ପରେ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି । ଟସ୍‌ ପାଇଁ ଧୋନି ଯେତେବେଳେ ମୈଦନାକୁ ଆସିଥିଲେ କ୍ରିକେଟ ଫ୍ୟାନ୍‌ ବେଶ ଖୁସି ହୋଇ ଯାଇଥିଲେ । କେହି କେବେ ଏକଥା ଭାବି ବି ନଥିଲେ । ଏହାସହ ଦିନିକିଆରେ ଅଧିନାୟକତ୍ୱରେ ଧୋନି ଡବଲ୍‌ ସେଞ୍ଚୁରୀ କରିଛନ୍ତି । ଅଧିନାୟକ ଭାବରେ ଏହା ତାଙ୍କର ୨ଶହ ତମ ମ୍ୟାଚ୍‌ ।

legend-dhoni-afp

ତୃତୀୟ ଖେଳାଳି ଭାବରେ ସେ ଏହି ରେକର୍ଡର ଅଧିକାରୀ ବି ହୋଇଛନ୍ତି । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ପଣ୍ଟିଂ ଓ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଭେନ୍‌ ଫ୍ଲେମିଂଙ୍କ କ୍ଲବରେ ସାମିଲ ହୋଇଛନ୍ତି ମହେନ୍ଦ୍ର ସିଂହ ଧୋନି । ୨୦୧୭ରେ ସେ ଅଧିନାୟକ ପଦରୁ ଅବସର ଘୋଷଣା କରିଥିଲେ । ତାଙ୍କ ପରେ ବିରାଟ କୋହଲି ଟିମ୍‌ ଇଣ୍ଡିଆର କ୍ୟାପଟେନ୍‌ ଦାୟିତ୍ୱ ତୁଲାଇ ଆସୁଛନ୍ତି । ଏସିଆ କପ୍‌ ପାଇଁ ତାଙ୍କୁ ବିଶ୍ରାମ ମିଳିଥିବାରୁ ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି ରୋହିତ ଶର୍ମା । ଆଜି ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ । ଦଳ ପକ୍ଷରୁ ମହମ୍ମଦ ଶାହାଜାହନ ଶତକ ହାସଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.