ଅଗ୍ନିଶମ କର୍ମଚାରୀ ଆନ୍ଦୋଳନ ଜାରି, ନିଯୁକ୍ତ ହେଲେ ସିଭିଲ ଡିଫେନ୍ସ କର୍ମଚାରୀ

ଭୁବନେଶ୍ବର (କେନ୍ୟୁଜ୍) : ୬ ଦଫା ଦାବି ନେଇ ଗତକାଲିଠାରୁ ଆନ୍ଦୋଳନରେ ବସିଛନ୍ତି ଅଗ୍ନିଶମ କର୍ମଚାରୀ । ଏପଟେ କେଉଁଠି ନିଆଁ ଲାଗିଲେ କିମ୍ବା କୌଣସି ଉଦ୍ଧାର କାର୍ଯ୍ୟ ପାଇଁ ଆବଶ୍ୟକ ପଡ଼ିଲେ ଅଗ୍ନିଶମ କର୍ମଚାରୀଙ୍କ ଦେଖା ମିଳୁ ନାହିଁ । ଏଭଳି ପରିସ୍ଥିତିରେ ବିଭାଗ ତରଫରୁ ସିଭିଲ ଡିଫେନ୍ସ ବା ବେସାମରିକ ପ୍ରତିରକ୍ଷା ବାହିନୀକୁ ସଜାଗ ରଖା ଯାଇଛି । ଅଗ୍ନିଶମ ବିଭାଗ ଡିଜି ବିଜୟ କୁମାର ଶର୍ମା ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି । ପରିସ୍ଥିତି ସ୍ବାଭାବିକ ନହେଲା ଯାଏ ସେମାନେ ବିଭିନ୍ନ ଉଦ୍ଧାର ଓ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ରହିବେ ।

FIRE -1

ସେପଟେ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ ଆଜି ଦ୍ବିତୀୟ ଦିନରେ ପହଞ୍ଚିଛି । ଦାବି ପୂରଣ ନହେଲା ପର୍ଯ୍ୟନ୍ତ ରାଜ୍ୟ ବ୍ୟାପି ଅହୋରାତ୍ର ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନକାରୀ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.