ରାୟଗଡ଼ାର ରିତେଶ ଅଗ୍ରଓ୍ଵାଲ୍‌, ଦେଶରେ ସର୍ବବୃହତ ଷ୍ଟାର୍ଟଅପର ମାଲିକ, ଚୀନ୍‌ ମାର୍କେଟକୁ ଟାର୍ଗେଟ୍‌

ଭୁବନେଶ୍ବର(କେନ୍ଯୁଜ୍) : ଦେଶର ସଫଳ ଷ୍ଟାର୍ଟଅପର ଉଦାହରଣ ପାଲଟିଛନ୍ତି ଓଡ଼ିଶା ପୁଅ ରିତେଶ ଅଗ୍ରଓ୍ଵାଲ୍‌ । ତାଙ୍କର ଓୟୋ ରୁମ୍ସ ଏବେ ସାରା ଦେଶରେ ପ୍ରଭାବ ବିସ୍ତାର କରିଛି । ଭାରତରେ ସଫଳ ହେବା ପରେ ଚୀନ୍‌ ମାର୍କେଟରେ ଆଖି ପକାଇଛନ୍ତି ରିତେଶ । ପାଖାପାଖି ୭ ହଜାର କୋଟି ଟଙ୍କାରୁ ଅଧିକ ନିବେଶ କରିବେ । ଏହାସହ ତାଙ୍କ କମ୍ପାନୀର ଫଣ୍ଡିଂ ଭାଲ୍ୟୁ ପାଖାପାଖି ୪ ହଜାର କୋଟି ଟଙ୍କା ହୋଇଯିବ। ଆସନ୍ତା ନଭେମ୍ବରରେ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭରେ ଭାଗ ନେବେ ରିତେଶ ।

oyorooms

ଦେଶର ଅଗ୍ରଣୀ ଷ୍ଟାର୍ଟ ଅପ୍‌ ଓୟୋ ରୁମ ୍ସ। ଫାଉଣ୍ଡର ଓଡ଼ିଶାର ରିତେଶ ଅଗ୍ରଓ୍ଵାଲ୍‌ । ବସୟ ୨୪ ବର୍ଷ । କିନ୍ତୁ କୋଟି କୋଟି ଟଙ୍କା କମ୍ପାନୀର ମାଲିକ । ଦେଶରେ ସର୍ବବୃହତ ଷ୍ଟାର୍ଟ ଅପ୍‌ର ମାଲିକ ଭାବରେ ଉଭା ହୋଇଛନ୍ତି ରିତେଶ । ଭାରତରେ ଭଲ ବ୍ୟବସାୟ ପରେ ଏବେ ଚୀନ୍‌ ମାର୍କଟ୍‌କୁ ଟାର୍ଗେଟ୍‌ କରିଛନ୍ତି । ଚୀନ୍‌ ସମେତ ଆଉ କିଛି ଦେଶରେ ନିବେଶ କରିବ ରିତେଶଙ୍କ ଓୟୋ ରୁମ୍ସ । ପାଖାପାଖି ୧ କୋଟି ଡଲାର୍‌ ଅର୍ଥାତ୍‌ ୭ ହଜାର କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ କରିବ । ଏଥିପାଇଁ ସଫ୍ଟବ୍ୟାଙ୍କ ଭିଜନ୍‌ ଫଣ୍ଡ, ସିକ୍ୟୁୟା କ୍ୟାପିଟାଲ୍‌ ଓ ଲାଇଟ୍‌ ସ୍ପିଡ୍‌ ଭେନ୍‌ଚର୍‌ ପାର୍ଟନର ୫ ହଜାର କୋଟି ଟଙ୍କା ଲଗାଇବେ। ସେହିପରି ଆଉ କିଛି ନିବେଶକ ୨ ହଜାର କୋଟି ଟଙ୍କା ଖଟାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଏଥିରୁ ୬ ହଜାର କୋଟି ଟଙ୍କା କେବଳ ଚୀନ୍‌ ମାର୍କେଟରେ ବିନିଯୋଗ କରିବ ଓୟୋ ରୁମ୍‌ସ । ନୂଆ ନିବେଶ ସହ ଓୟୋ ରୁମ୍ସର ଫଣ୍ଡିଂ ଭାଲ୍ୟୁ ୩ ହଜାର ୬୩୧ କୋଟି ଟଙ୍କାରୁ ଅଧିକ ହୋଇଯିବ । ଗତ ବର୍ଷେ ଭିତରେ ରିତେଶ ଅଗ୍ରଓ୍ଵାଲ୍‌ ଚୀନ୍‌, ମାଲେସିଆ, ନେପାଳ ଓ ବ୍ରିଟେନ୍‌ ମାର୍କେଟରେ ଏଣ୍ଟ୍ରି ମାରିଛନ୍ତି । ଆସନ୍ତା ନଭେମ୍ବରରେ ଓଡ଼ିଶାରେ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନକ୍ଲେଭରେ ସେ ଯୋଗ ଦେବେ ।

OYO-rooms

ରାୟଗଡ଼ାର ରିତେଶ ଅଗ୍ରଓ୍ଵାଲ୍‌ । ବାପା-ମାଆ ଚାହୁଁଥିଲେ ପୁଅ ଆଇଆଇଟି ଇଞ୍ଜିନିୟର ହେଉ । ରାଜସ୍ଥାନର କୋଟାରେ ପ୍ରସ୍ତୁତି ବି କରିଥିଲେ ରିତେଶ । ପରେ ଦିଲ୍ଲୀ ସ୍ଥିତ ଇଣ୍ଡିଆନ୍‌ ସ୍କୁଲ ଅଫ୍‌ ବିଜନେସ୍‌ ଏଣ୍ଡ ଫାଇନାନ୍ସରେ ଆଡମିସନ୍‌ ନେଇଥିଲେ । କିନ୍ତୁ ଲକ୍ଷ୍ୟ ଥିଲା ବିଜନେସ୍‌ ମ୍ୟାନ୍‌ ହେବେ । ଏଥିପାଇଁ ଅଧାରୁ ପାଠପଢ଼ାରେ ଡ଼ୋରି ବାନ୍ଧିଥିଲେ । ମାତ୍ର ୧୮ ବର୍ଷ ବୟସରେ ଷ୍ଟାର୍ଟ ଅପ୍‌ ଆରମ୍ଭ କରିଥିଲେ । ଓରେବଲ୍‌ ଷ୍ଟେ ନାମରେ ଏକ େଓ୍ଵବସାଇଟ୍‌ କରିଥିଲେ । ଯେଉଁଥିରେ ଲୋକଙ୍କୁ ଶସ୍ତାରେ ହୋଟେଲ୍‌ ଓ ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ଦେଉଥିଲେ । ୨୦୧୩ରେ ଓରେବଲ୍‌ ଷ୍ଟେର ନା ବଦଳାଇ କରିଥିଲେ ଓୟୋ ରୁମ୍ସ । ୨୪ ବର୍ଷୀୟ ରିତେଶ ଏବେ ସାରା ଦେଶ ଓ ବିଶ୍ୱରେ ଚର୍ଚ୍ଚିତ ଚେହେରା । ପେଟିଏମ୍‌ ପରେ ରିତେଶଙ୍କ ଓୟୋ ଭାରତର ଦ୍ୱିତୀୟ ପ୍ରମୁଖ ଷ୍ଟାର୍ଟ ଅପ୍‌ ହୋଇ ପାରିଛି। ବର୍ତ୍ତମାନ ସୁଦ୍ଧା ଓୟୋ ରୁମ୍‌ସର ଭାରତରେ ୧ ଲକ୍ଷ ୨୫ ହଜାର ରୁମ୍‌ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.