Below header

ତୃତୀୟ ଟେଷ୍ଟରେ ଭାରତକୁ ୪୦୭ ରନ୍‌ର ଟାର୍ଗେଟ୍‌ ଦେଲା ଅଷ୍ଟ୍ରେଲିଆ, ୨ ଓ୍ଵିକେଟ୍‌ରେ ୯୮ ରନ୍‌ କରିଛି ଟିମ୍‌ ଇଣ୍ଡିଆ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ସିଡନୀ ଟେଷ୍ଟର ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ଟିମ୍ ୩୧୨ ରନରେ ପାଳି ଘୋଷଣା କରିଛି । ଦଳ ୬ ଓ୍ୱିକେଟ୍ ହରାଇ ୩୧୨ ରନ୍ କରିବା ସହ ଭାରତ ଠାରୁ ୪୦୬ ରନରେ ଆଗୁଆ ରହିଛି । ଭାରତକୁ ଜିତିବା ପାଇଁ ୪୦୭ ରନ୍ ଦରକାର।

ଟାର୍ଗେଟ୍‌ର ପିଛା କରି ଆଜି ଦିବସର ଖେଳ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସ୍‌ର ୨ଟି ଓ୍ଵିକେଟ୍‌ ହରାଇ ୯୮ ରନ୍‌ କରିଛି । ଓପ୍ନର ରୋହିତ ଶର୍ମା ୫୨ (୫ ଚୌକା, ୧ ଛକା) ଏବଂ ଶୁଭମାନ ଗିଲ୍‌ ୩୧ ରନ୍‌ କରି ଆଉଟ୍‌ ହୋଇଛନ୍ତି । କ୍ରିଜ୍‌ରେ ଅପରାଜିତ ଅଛନ୍ତି ଚେତେଶ୍ୱର ପୂଜାରା (୯ ରନ୍‌) ଓ ଅଧିନାୟକ ଅଜିଙ୍କ୍ୟ ରାହାଣେ (୪ ରନ୍‌) ।

ଭାରତ ନିଜର ପ୍ରଥମ ଇନିଂସରେ ୨୪୪ ରନରେ ଅଲଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ଦ୍ଵିତୀୟ ଇନିଂସରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ୨ ଓ୍ଵିକେଟ୍ ହରାଇ ୧୦୩ ରନ କରିଥିଲା । ଏହାପରେ ଚତୁର୍ଥ ଦିନରେ ଦଳ ୩୧୨ ରନ୍ କରି ପାଳି ଘୋଷଣା କରିଛି । ଏହାସହ ଭାରତଠୁ ୪୦୭ ରନରେ ଆଗରେ ରହିଛି । ଭାରତକୁ ଜିତିବା ପାଇଁ ହେଲେ ୪୦୭ ରନ୍ କରିବାକୁ ହେବ । କାଲି ଶେଷ ଦିନରେ ଜିତିବା ପାଇଁ ଭାରତକୁ ଆଉ ୩୦୯ ରନ୍‌ କରିବାକୁ ପଡ଼ିବ । ଦଳ ହାତରେ ୮ଟି ଓ୍ଵିକେଟ୍‌ ବାକି ଅଛି ।

match

ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାମେରନ୍ ଗ୍ରୀନ୍ ସର୍ବାଧିକ ୮୪ ରନ୍ କରିଥିବା ବେଳେ ଷ୍ଟିଭ୍ ସ୍ମିଥ୍ ୮୧ ଓ ମାର୍ଣ୍ଣସ୍ ଲାବୁସେନ ୭୩ ରନ୍ କରିଥିଲେ । ସେହିପରି ଟିମ୍ ପେନ୍ ୩୯ ରନ୍ କରି ଅପରାଜିତ ରହିଥିଲେ । ଦ୍ୱିତୀୟ ଇନିଂସରେ ଭାରତ ପକ୍ଷରୁ ନବଦୀପ ସାଇନି ଓ ଆର ଅଶ୍ୱିନୀ ୨ଟି ଲେଖାଏଁ ଓ୍ୱିକେଟ୍ ନେଇଥିବା ବେଳେ ଜସପ୍ରୀତ ବୁମରାହ ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ଓ୍ୱିକେଟ୍ ନେଇଥିଲେ ।

SCORE

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.