Below header

ଥମୁନି ବିସିସିଆଇ-କୋହଲି ବିବାଦ, ଜଣାପଡୁନି କିଏ କହୁଛି ସତ !

ଥମୁନି ବିସିସିଆଇ-କୋହଲି ବିବାଦ । ସେଞ୍ଚୁରିଆନ୍‌ ଟେଷ୍ଟ ଜିତିବା ପରେ ଆଶା କରାଯାଉଥିଲା ବିବାଦ ଥମିବ । କିନ୍ତୁ ତାହା ଦେଖିବାକୁ ମିଳୁନାହିଁ। ପୂର୍ବରୁ ବିରାଟ କୋହଲି ଦିନିକିଆ ଅଧିନାୟକରୁ ହଟାଯିବା ପରେ କ୍ରିକେଟରେ ହଇଚଇ ସୃଷ୍ଟି ହୋଇଥିଲା । ସାଉଥ ଆଫ୍ରିକା ଗସ୍ତ ପୂର୍ବରୁ କୋହଲି ସାମ୍ୱାଦିକ ସମ୍ମିଳନୀ କରି କହିଥିଲେ ଯେ, ଦିନିକିଆ ଅଧିନାୟକ ହେବାକୁ ସେ ଇଚ୍ଛୁକ । କିନ୍ତୁ ଚୟନକର୍ତ୍ତା ଏନେଇ ନିଷ୍ପତ୍ତି ନେଇସାରିଲେଣି । ସେହିପରି ଟି-୨୦ ଅଧିନାୟକ ଛାଡିବା ନେଇ ବିରାଟ କହିଛନ୍ତି ଏହି ନିଷ୍ପତ୍ତି ଉପରେ ବୋର୍ଡର କୌଣସି ଅସୁବିଧା ନାହିଁ । ଅର୍ଥାତ୍ ବୋର୍ଡ ନିଷ୍ପତ୍ତିରେ ରାଜି ଅଛି ।

ଡିସେମ୍ବର ୮ ତାରିଖରେ ବିସିସିଆଇ ଦକ୍ଷିଣ ଆଫ୍ରିକା ପାଇଁ ଦଳ ଘୋଷଣା କରିଥିଲୋ । କୋହଲିଙ୍କୁ ଦିନିକିଆରୁ ହଟାଇ ରୋହିତ ଶର୍ମାଙ୍କୁ ଓ୍ଵାନ ଡେ କ୍ରିକେଟର ନୂଆ ଅଧିନାୟକ ନିଯୁକ୍ତି କରିଥିଲା । ପରଦିନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ ଯେ, ସେ ଯେତେବେଳେ ନିଷ୍ପତ୍ତି ନେଇଛନ୍ତି ଟି-୨୦ ପଦ ଛାଡିବାକୁ ଆମେ ଆଉ କଣ କରିପାରିବା । ତେବେ ଗାଙ୍ଗୁଲି ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ କୋହଲିଙ୍କୁ ଅଧିନାୟକ ପଦ ବଜାୟ ରଖିବାକୁ ସେ ଚେଷ୍ଟା କରିଥିଲେ । କିନ୍ତୁ ଏହି ଷ୍ଟାର କ୍ରିକେଟର ଏଥିରେ ରାଜି ନଥିଲେ । କିନ୍ତୁ ଦିନିକିଆ ଅଧିନାୟକ ନେଇ କଥାବାର୍ତ୍ତା ହେବା ପରେ ସେ ରହିବାକୁ ରାଜି ହୋଇଥିଲେ ।

ଡିସେମ୍ବର ୧୫ରେ କୋହଲି କହିଥିଲେ, ଟି- ୨୦ ନେତୃତ୍ୱ ଛାଡିବା ପୂର୍ବରୁ ମୁଁ ବିସିସିଆଇକୁ ଜଣାଇଥିଲି । ନିଷ୍ପତ୍ତି ବଦଳାଇବାକୁ କେହି କହିନଥିଲେ । ଟେଷ୍ଟ ଦଳ ଘୋଷଣାର ଦେଢ଼ ଘଣ୍ଟା ପୂର୍ବରୁ ଦିନିକିଆ ନେତୃତ୍ୱରୁ ବହିଷ୍କାର କରାଯାଇଥିବା ଅବଗତ କରାଯାଇଥିଲା ବୋଲି କୋହଲି କହିଥିଲେ । ପରେ ଗାଙ୍ଗୁଲି କହିଥିଲେ, ସବୁ ସମାଧାନର ବାଟ ବିସିସିଆଇ କରିବ । ଏହାପରେ ଡିସେମ୍ବର ୩୧ରେ ମୁହଁ ଖୋଲିଥିଲେ ଚୟନ କମିଟି ଅଧ୍ୟକ୍ଷ ଚେତନ ଶର୍ମା । ସମସ୍ତେ କୋହଲିଙ୍କୁ ଟି- ୨୦ ଅଧିନାୟକ ନ ଛାଡିବାକୁ କହିଥିଲେ ବୋଲି କହିଛନ୍ତି।

ସେ ଆହୁରି ମଧ୍ୟ କହିଥିଲେ କି, ଯେତେବେଳେ ମୁଁ ଟି-୨୦ ଅଧିନାୟକ ଛାଡିବାକୁ ନିଷ୍ପତ୍ତି ନେଲି ସେତେବେଳେ ଏକଥା ବିସିସିଆଇକୁ ଜଣାଇଦେଇଥିଲି । ତା’ପରେ ଏହି ନିଷ୍ପତ୍ତି ସଠିକ୍ ଉପାୟରେ ନିଆଗଲା, କେହି ମୋତେ ଟି-୨୦ ଅଧିନାୟକ ଭାବରେ ଜାରି ରଖିବାକୁ କହିଲେ ନାହିଁ । କିନ୍ତୁ ମୁଁ କହିଥିଲି ଯେ ମୁଁ ODI ଏବଂ ଟେଷ୍ଟର ଅଧିନାୟକ ଭାବରେ ରହିବାକୁ ଚାହୁଁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.