Below header

ହକି ଖେଳରେ ଡ୍ରାଗ୍‌ ଫ୍ଲିକରଙ୍କ ଭୂମିକା, କ୍ରୀଡ଼ା ବିଜ୍ଞାନୀ ଡ. ସାଜୁ ଯୋଶେଫଙ୍କ ‘ସିଜିଂ ଦ ଅପର୍ଚୁନିଟି’ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର (କେନ୍ୟୁଜ୍‌): ପାଖେଇ ଆସୁଛି ହକି ବିଶ୍ୱ କପ୍‌ର ସମୟ । ଏହି ମେଗା ଟୁର୍ଣ୍ଣାମେଣ୍ଟ ଓଡ଼ିଶାରେ ଆୟୋଜିତ ହେବ । ତା ପୂର୍ବରୁ ଉଭୟ ଭୁବନେଶ୍ୱର ଓ ରାଉରକେଲାରେ ହକି ଫିଭର ଦେଖିବାକୁ ମିଳିଲାଣି । ଆଉ ଏହି ଅବସରରେ ଏଇ ହକିର ବିଷୟବସ୍ତୁକୁ ନେଇ ଉନ୍ମୋଚିତ ହୋଇଛି ଏକ ଉପାଦେୟ ପୁସ୍ତକ । ପୁସ୍ତକର ନାଁ ହେଉଛି ‘SEIZING THE OPPORTUNITY’ ବା ସୁଯୋଗର ସଦବ୍ୟବହାର ।

ହକି ଖେଳରେ ଡ୍ରାଗ୍‌ ଫ୍ଲିକର ପୋଜିସନ୍‌ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଶ୍ୱର ଶ୍ରେଷ୍ଠ ହକି ଦଳଗୁଡ଼ିକରେ ଭଲ ଭଲ ଡ୍ରାଗ୍‌ ଫ୍ଲିକର ରହିଛନ୍ତି । ସେମାନେ ସବଜୁନିଅର ଓ ଜୁନିଅର ସ୍ତରରୁ ଡ୍ରାଗ୍‌ ଫ୍ଲିକରମାନଙ୍କୁ ପ୍ରଶିକ୍ଷଣ ଦେଇ ପ୍ରସ୍ତୁତ କରିଥାନ୍ତି । ସେହି ଡ୍ରାଗ୍‌ ଫ୍ଲିକରଙ୍କ ଭୂମିକା ସମ୍ପର୍କରେ ଏକ ପୁସ୍ତକ ରଚନା କରିଛନ୍ତି କ୍ରୀଡ଼ା ବିଜ୍ଞାନୀ ଡ. ସାଜୁ ଯୋଶେଫ । ଯୋଶେଫ ହେଉଛନ୍ତି ଭାରତୀୟ ହକି ଦଳର ପୂର୍ବତନ କୋଚ୍‌ ।

ଆଜି ଓଡ଼ିଶା ହକି ଆସୋସିଏସନ୍‌ ତରଫରୁ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଛି ଏହି ପୁସ୍ତକର ଉନ୍ମୋଚନ କାର୍ଯ୍ୟକ୍ରମ । ଏଥିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ରାଜ୍ୟରେ କିଭଳି ଭାବେ କ୍ରୀଡ଼ାକୁ ଗୁରୁତ୍ୱ ଦିଆଯାଇ ପ୍ରୋତ୍ସାହନ ଦିଆଯାଉଛି ସେ ବିଷୟରେ ମୁଖ୍ୟ ଶାସନ ସଚିବ କହିଥିଲେ । ଏହା ବ୍ୟତୀତ ଆଗାମୀ ହକି ବିଶ୍ୱ କପ୍‌ ପାଇଁ ରାଉରକେଲାରେ ସବୁଠାରୁ ବଡ଼ ଅତ୍ୟାଧୁନିକ ହକି ଷ୍ଟାଡିୟମ୍‌ ନିର୍ମାଣ ହେଉଛି ବୋଲି ସେ ସୂଚନା ଦେଇଥିଲେ ।

DRAG FLICKER
ଅନ୍ୟମାନଙ୍କ ମଧ୍ୟରେ ସମ୍ମାନୀୟ ଅତିଥି ଭାବେ କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଆର୍‌. ଭିନିଲ କ୍ରିଷ୍ଣା ଏବଂ ସ୍ୱତନ୍ତ୍ର ଅତିଥି ଭାବରେ କଟକ-ଭୁବନେଶ୍ୱର ପୋଲିସ୍‌ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶା ହକି ଆସୋସିଏସନ୍‌ ଏବଂ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲୀପ ତିର୍କି, ‘ସିଜିଂ ଦ ଅପର୍ଚୁନିଟି’ ପୁସ୍ତକର ରଚୟିତା ଡ. ସାଜୁ ଯୋଶେଫ ଉପସ୍ଥିତ ଥିଲେ । ପୂର୍ବତନ ବରିଷ୍ଠ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲା ବେଳେ ଧନ୍ୟବାଦ ଦେଇଥିଲେ ୠଷି ପୃଷ୍ଟି ।

DRAG FLICKER-2

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.