Below header

ମୋ ପେଟ ଯିଏ ପୁରାଉଛି ତା ମନ୍ଦିରରେ ମୋ ଭିକ ପଇସା ଲାଗୁ, ପୁରୁଣା ଜଗନ୍ନାଥ ମନ୍ଦିରର ମରାମତି ପାଇଁ ଦେଇଦେଲେ ଲକ୍ଷେ ଟଙ୍କା

କନ୍ଧମାଳ(କେନ୍ୟୁଜ୍): ଆଜିର ଦୁନିଆରେ ଦବା ଓ ମରିବାକୁ କିଏ ଭଲ ପାଏ କହିଲେ?  ନିଜ ସ୍ବାର୍ଥ ହାସଲ ହୋଇଗଲେ ଦୁନିଆ କଥା କିଏ ପଚାରେ? ଏଭଳି ନ୍ୟାୟରେ ଏବେ ମଣିଷ ଚାଲୁଛି। କିନ୍ତୁ ଏଭଳି ମଣିଷଙ୍କ ଗହଣରେ ଏମିତି ମହାନ ବ୍ୟକ୍ତିତ୍ବ ଅଛନ୍ତି, ଯାହାଙ୍କ ପାଇଁ ସମାଜରେ ଭଲ ଭଲ କାମ କିଛି ହୋଇପାରୁଛି। ଯାହାର ଜ୍ବଳନ୍ତ ଉଦାହାରଣ ହେଉଛନ୍ତି କନ୍ଧମାଳର ଜଣେ ଭିକାରୁଣୀ ବୃଦ୍ଧା।

ଆପଣ ଭାବୁଥିବେ ଭିକାରୁଣୀ ବୃଦ୍ଧା ଏମିତି କଣ କରିଛନ୍ତି ଯେ, ତାଙ୍କୁ ସମାଜ ଉଦାହାରଣ ରୂପେ ନେବ? ଆଜ୍ଞା ବୃଦ୍ଧା ଜଣକ ଯାହା କରିଛନ୍ତି ବୋଧ ହୁଏ ଏ ସ୍ବାର୍ଥୀ ସମାଜ ସେମତି କିରିବା ପାଇଁ କେବେ ଭାବି ବି ନଥିବା। ବୃଦ୍ଧା ଜଣକ ନିଜ ଜୀବନର ସଞ୍ଚିତ ଜମା ପୁଞ୍ଜିକୁ ଜଗନ୍ନାଥ ମନ୍ଦିରକୁ ଦାନ କରିଦେଇଛନ୍ତି । ତାହା ପୁଣି ଜଗନ୍ନାଥଙ୍କୁ ସାକ୍ଷୀ ରଖି। ପଢିନିଅନ୍ତୁ ପୁରା ଘଟଣା।

 କନ୍ଧମାଳର ଜଗନ୍ନାଥ ମନ୍ଦିର ଆଗରେ ପ୍ରତିଦିନ ଭିକ ମାଗୁଥିବା ଭିକାରୁଣୀ ଟିଏ  ଜଗନ୍ନାଥ ମନ୍ଦିରକୁ ଏକ ଲକ୍ଷ ଟଙ୍କା ଦାନ କରି ଫୁଲବାଣୀ ସହରରେ ଚର୍ଚ୍ଚାରର କେନ୍ଦ୍ର ବିନ୍ଦୁ ପାଲଟିଛି । ତୁଳା ବେହେରା ନାମକ ଏକ ଭିକାରୁଣୀ ବୃଦ୍ଧା ଭିକ ମାଗି ମାଗି ସଞ୍ଚୟ କରି ବ୍ଯାଙ୍କରେ ସାଇତି ରଖିଥିବା ଏକ ଲକ୍ଷ ଟଙ୍କା ଆଜି ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ହାତରେ ଜଗନ୍ନାଥଙ୍କୁ ସାଖିରଖି ଦାନକରିଛନ୍ତି। ଉଦେଶ୍ୟ ହେଲା ଭଗ୍ନ ଅବସ୍ଥାରେ ଥିବା ପୁରୁଣା ଜଗନ୍ନାଥ ମନ୍ଦିରର ମରାମତି କରି ଦେଲେ ସେଠାରେ ସାଧୁ ସନ୍ଥ ମାନେ ଆଶ୍ରୟ ନେବେ ।

ଏହି ମହତ ଉଦେଶ୍ୟ ଯେ ଏକ ସାଧାରଣ ଭାଇକାରୁଣୀ ବୁଢୀ ଚିନ୍ତା କରିବ ଏହା ସମସ୍ତଙ୍କର ଚିନ୍ତାର ବାହାରେ। ତେଣୁ ଆଜି ଏଭଳି ଉଦାର ଚିନ୍ତାଧାରା ପାଇଁ ଭିକାରୁଣୀ ପାଖରେ ସମସ୍ତଙ୍କର ଆନ୍ତରିକତା ବଢିଯାଇଛି । ତୁଳା ବେହେରାର ଆଗକୁ କେହି ନାହି କି ପଛକୁ କେହି ନହିଁ । ଜଣେ ପାଳିତ ଝିଅ ପାଖରେ ରହୁଛି । ଭିକ ମାଗି ଆଣିଲେ ଦିମୁଠା ଖାଇବାକୁ ମିଳେ , ନହେଲେ ଉପାସ , ଯାହା ବଳକା ରହିଲା ଜଗନ୍ନାଥ ଙ୍କ ନାମରେ ବ୍ୟାଙ୍କରେ ରଖେ , ଆଜି ସଞ୍ଚିଥିବା ସବୁତକ ଟଙ୍କା ମନ୍ଦିର ଉଦେଶ୍ୟରେ ଦାନ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.