ଆପଣଙ୍କ ପୁରୁଣା କାର ଭଲ ମାଇଲେଜ୍‌ ଦେଉନି କି, ତାହେଲେ ଆପଣାନ୍ତୁ ଏହି ଟିପ୍ସ

ବହୁତ ଲୋକଙ୍କର ଅଭିଯୋଗ ଥାଏ ଯେ ସେମାନଙ୍କ କାରର ମାଇଲେଜ୍‌ କମ୍‌ ଆସୁଛି। ସବୁ କାର ମାଲିକ ଚାହାଁନ୍ତି ତାଙ୍କ କାର ଜବରଦସ୍ତ ମାଇଲେଜ୍‌ ଦେଉ। ଯଦିଓ ସବୁବେଳେ ଏମିତି ହୋଇନଥାଏ, ଅନେକ ଥର କମ୍‌ ମାଇଲେଜ୍‌ ବି ଦେଇଥାଏ। ତେଣୁ ଏପରି ହେବା ଦ୍ୱାରା କାର ଚଲାଇବା ଖର୍ଚ୍ଚ ଅଧିକ ବଢ଼ିଯାଏ। ଏଥିପାଇଁ ଏହା ଜାଣିବା ବହୁତ ଜରୁରୀ ଯେ କାରର ମାଇଲେଜକୁ କେମିତି ବଢ଼ାଯାଇପାରିବ, ଯାହା ଦ୍ୱାରା ଆପଣଙ୍କ ଖର୍ଚ୍ଚ ବି ଅନେକ ମାତ୍ରାରେ କମିଯିବ। ତେବେ ଆସନ୍ତୁ ଜାଣିବା କଣ ସେହି ଉପାୟ ଯାହାଦ୍ୱାରା କାରର ମାଇଲେଜକୁ ବୃଦ୍ଧି କରାଯାଇପାରିବ।

ସର୍ଭିସ୍‌

ଠିକ୍‌ ସମୟରେ କାରକୁ ସର୍ଭିସ କରିବା ବହୁତ ଜରୁରୀ। ଯଦି କାରକୁ ସମୟ ଭିତରେ ସର୍ଭିସ ନକରାଇଲେ ତାହେଲେ ଏହାର ସିଧା ପ୍ରଭାବ ମାଇଲେଜ ଏବଂ କାରର ପରଫରମାନ୍ସ ଉପରେ ପଡିଥାଏ। ଏଥିପାଇଁ ଯଦି ଆପଣଙ୍କ କାର କମ୍‌ ମାଇଲେଜ ଦେଉଛି ତାହେଲେ ପ୍ରଥମେ ଏହା ସୁନିଶ୍ଚିତ କରନ୍ତୁ ଯେ ଏହାର ସର୍ଭିସ ହୋଇସାରିଛି ନା ନାହିଁ। ଯଦି ସର୍ଭିସ ହୋଇନାହିଁ ତାହେଲେ ଜଲଦି କରାଇ ଦିଅନ୍ତୁ।

ଟାୟାର ଏୟାର ପ୍ରେସର

ଟାୟର ଏୟାର ପ୍ରେସର ମଧ୍ୟ କାରର ମାଇଲେଜ ବଢ଼ାଇବାରେ ସବୁଠୁ ବେଶି ଯୋଗଦାନ ରହିଛି। ଯଦି କାରର ଟାୟାରରେ ଏୟାର ପ୍ରେସର ପର୍ଯ୍ୟାପ୍ତ ନଥାଏ ତାହେଲେ ଏହାର ପ୍ରଭାବ ମାଇଲେଜ ଉପରେ ପଡିଥାଏ। ଏଥିପାଇଁ କାରର ଅଧିକ ମାଇଲେଜ୍‌ ପାଇବାକୁ ଚାହୁଁଥିଲେ ଟାୟାରରେ ସଠିକ୍‌ ଲେବଲର ଏୟାର ପ୍ରେସର ରହିବା ଉଚିତ।

ଇଞ୍ଜିନ୍‌ ବନ୍ଦ କରିଦିଅନ୍ତୁ

ଯଦି ଆପଣ କୌଣସି ଅଧିକ ଟ୍ରାଫିକ ଥିବା ଯାଗା କିମ୍ବା ଭିଡ ଯାଗାରେ ଅଛନ୍ତି ତାହେଲେ ବାରମ୍ବାର ଅଟକିବାକୁ ପଡିଥାଏ। ଏହି ସମୟରେ ଆପଣଙ୍କୁ ଯଦି ଅଧିକ ସମୟ ଅଟକିବାକୁ ପଡୁଛି ତାହେଲେ କାର ବନ୍ଦ କରିଦିିଅନ୍ତୁ। ଏହାଦ୍ୱାରା ତେଲ ସଞ୍ଚୟ ହୋଇପାରିବ ଏବଂ ଏହି ସଞ୍ଚିତ ତେଲ ଆପଣଙ୍କୁ ଅଧିକ ମାଇଲେଜ୍‌ ଦେବାରେ ସାହାଯ୍ୟ କରିବ।

କ୍ରୁଜ୍‌ କଣ୍ଟ୍ରୋଲ

ଯଦି ଲମ୍ବା ଟ୍ରାଭେଲରେ ଯାଉଛନ୍ତି ତାହେଲେ କ୍ରୁଜ୍‌ କଣ୍ଟ୍ରୋଲର ବ୍ୟବହାର କରିପାରିବେ। ଏହା ଧ୍ୟାନରେ ରଖନ୍ତୁ ଯେ ଯେଉଁ ରାସ୍ତାରେ ଆପଣ ଚାଲୁଛନ୍ତି ସେଠାରେ କ୍ରୁଜ୍‌ କଣ୍ଟ୍ରୋଲର ବ୍ୟବହାର କରାଯାଇହେବ ନା ନାହିଁ। ଯଦି ବ୍ୟବହାର କରିପାରନ୍ତି ତାହେଲେ ଏହାଦ୍ୱାରା ଆପଣଙ୍କୁ ଅଧିକ ମାଇଲେଜ୍‌ ହାସଲ କରିବାରେ ସାହାଯ୍ୟ ମିଳିପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.