ସଂସଦ ଭବନ ସିଡିରେ ଝୁଣ୍ଟି ପଡ଼ିଲେ ଶଶି ଥରୁର, ଗୋଡ଼ରେ ଗଭୀର ଆଘାତ; ଟ୍ଵିଟ୍‌ କରି ଦେଲେ ସୂଚନା

କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭା ସାଂସଦ ଶଶି ଥରୁର ଗୁରୁବାର ସଂସଦ ଭବନର ସିଡ଼ିରେ ଝୁଣ୍ଟି ପଡ଼ିଥିଲେ। ଏଥିରେ ତାଙ୍କୁ ଆଘାତ ଲାଗିଛି। ସେ କହିଛନ୍ତି ଯେ ପ୍ରଥମେ ତାଙ୍କୁ ଲାଗିଥିଲା କି, ଏହା ସାମାନ୍ୟ ଆଘାତ, ଯାହା ଆପେ ଭଲ ହୋଇଯିବ। କିନ୍ତୁ ସେମିତି ହେଲା ନାହିଁ। ଆଘାତ ଲାଗିବା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ଯେଉଁଠି ଆଘାତର ଅବସ୍ଥା ବିଷୟରେ ସେ ଜାଣିବାକୁ ପାଇଥିଲେ।

ଶଶି ଥରୁର ଶୁକ୍ରବାର ଏହି ଘଟଣା ବିଷୟରେ ସୂଚନା ଦେବାକୁ ଯାଇ ଏକ ଟ୍ୱିଟ୍ କରିଛନ୍ତି। ସେ ଟ୍ୱିଟରେ ଲେଖିଛନ୍ତି, ‘ଟିକିଏ ଅସୁବିଧା। କାଲି ସଂସଦରେ ପାଦ ଖସି ଯିବାରୁ ମୋ ବାମ ଗୋଡ଼ରେ ଆଘାତ ଲାଗିଛି। କିଛି ଘଣ୍ଟା ଏହାକୁ ଅଣଦେଖା କରିବା ପରେ ଯନ୍ତ୍ରଣା ଏତେ ବଢ଼ି ଯାଇଥିଲା ଯେ ମୋତେ ହସ୍ପିଟାଲ ଯିବାକୁ ପଡିଥିଲା’। ଥରୁର ଲେଖିଛନ୍ତି, ‘ଏହି ଆଘାତ ଯୋଗୁ ବର୍ତ୍ତମାନ ମୁଁ ହଲଚଲ ମଧ୍ୟ ହୋଇପାରିବି ନାହିଁ। ଏହି ସମୟରେ ଆଜି ମୁଁ ଗୃହର କାର୍ଯ୍ୟକୁ ମିସ୍‌ କରୁଛି। ଏହା ସହିତ ସପ୍ତାହନ୍ତ ସମୟରେ ନିର୍ବାଚନମଣ୍ଡଳୀର ଯୋଜନାଗୁଡ଼ିକୁ ବାତିଲ କରି ଦେଇଛି’।

ତଓ୍ଵାଙ୍ଗ ମାମଲାରେ ଗୃହରେ ନିଜ କଥା ରଖିଥିଲେ ଶଶି ଥରୁର

କଂଗ୍ରେସ ସାଂସଦ ଶଶି ଥରୁର କହିଥିଲେ, ‘ଏଥିରେ କୌଣସି ସନ୍ଦେହ ନାହିଁ ଯେ ତୱାଙ୍ଗ ଉପରେ ଚୀନର ନଜର ରହିଛି ଏବଂ ଆମକୁ ବହୁତ ସାବଧାନ ରହିବାର ଆବଶ୍ୟକତା ଅଛି। ଏହି ପ୍ରସଙ୍ଗରେ ପ୍ରତ୍ୟେକ ଦଳ, ପ୍ରତ୍ୟେକ ବ୍ୟକ୍ତି ଆମ ସେନା ସହିତ ଅଛନ୍ତି। ସେ ଆହୁରି କହିଥିଲେ, ‘ମୁଁ ରକ୍ଷା ମନ୍ତ୍ରୀଙ୍କୁ କହିଛି କି, ସେ ବିଶ୍ୱକୁ ଦେଖାଇ ଦିଅନ୍ତୁ ଯେ ଭାରତ ଏକ ଏବଂ ଏଥିରେ ପ୍ରତ୍ୟେକ ଦଳର ପ୍ରତ୍ୟେକ ସଦସ୍ୟ ସେନା ସହିତ ଅଛନ୍ତି’।

You might also like