Below header

ଆଇପିଏଲ ୨୦୨୦ : ପୁଣି ଫ୍ଲପ ମାରିଲା ଧୋନିଙ୍କ ଚେନ୍ନାଇ, ଦିଲ୍ଲୀ କ୍ୟାପିଟାଲସ ଠାରୁ ୪୪ ରନରେ ପରାସ୍ତ

ଦୁବାଇ : ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସକୁ ଆଉ ଏକ ଝଟକା । ଆଇପିଏଲ ୨୦୨୦ର ଆଜିର ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସକୁ ଦିଲ୍ଲୀ କ୍ୟାପିଟାଲସ ୪୪ ରନରେ ପରାସ୍ତ କରିଛି ।
ସବୁଥର ଭଳି ଧୋନି ଆଜି ମଧ୍ୟ ଟସ ଜିତି ପ୍ରଥମେ ଫିଲଡିଂ ନେଇଥିଲେ । ହେଲେ ଦିଲ୍ଲୀ କ୍ୟାପିଟାଲସର ପ୍ରଥମ ଭାଗ ବ୍ୟାଟ୍ସମ୍ୟାନମାନେ ଭଲ ବ୍ୟାଟିଂ କରିବା ଯୋଗୁ ଦଳ ୩ ଉଇକେଟରେ ୧୭୫ ରନ କରିଥିଲା । ଓପନର ପୃଥ୍ଵୀ ସ ୪୩ ବଲରୁ ସର୍ବାଧିକ ୬୪ ରନ (୯ ଚୌକା, ୧ ଛକା ) କରିଥିଲେ । ଧାୱନ ୨୭ ବଲରେ ୩୫, ପନ୍ତ ୨୫ ବଲରେ ୩୭, ଆୟର ୨୨ ବଲରେ ୨୬ ରନ ସ୍କୋର କରିଥିଲେ ।
ଜବାବରେ ଚେନ୍ନାଇ ଟିମ ୭ ଉଇକେଟରେ ୧୩୧ ରନ ହିଁ କରି ପାରିଥିଲା । ଡୁ ପ୍ଲେସିସ ସର୍ବାଧିକ ୪୩ ରନ କରିଥିଲେ । ଯାଦବ ୨୬ ଓ ଧୋନି ୧୫ ରନ କରିଥିଲେ । ଦିଲ୍ଲୀ ବୋଲର ରଵଡା ୨୬ ରନରେ ୩ ଉଇକେଟ ଦାଖଲ କରିଥିଲେ । ତାଙ୍କ ଚମତ୍କାର ଇନିଂସ ଯୋଗୁ ପୃଥ୍ଵୀ ସ ପ୍ଲେୟାର ଅଫ ଦ ମ୍ୟାଚ ହୋଇଛନ୍ତି । ଉଦଘାଟାନୀ ମ୍ୟାଚ ଜିତିବା ପରେ ତିନିଟି ମ୍ୟାଚରେ ଏହା ହେଉଛି ଚେନ୍ନାଇର ଦ୍ଵିତୀୟ ପରାଜୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.