Below header

ପୋଷଳ-ଶଙ୍ଖେଶ୍ୱର ମହାନଦୀ ଉପରେ ସେତୁ: ସରକାରଙ୍କ ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ

ତିର୍ତ୍ତୋଲ: ତିର୍ତ୍ତୋଲରେ ମହାନଦୀ ସେତୁ। ପୋଷଳ-ଶଙ୍ଖେଶ୍ୱର ମହାନଦୀ ଉପରେ ଏକ ଉଚ୍ଚ ସେତୁକୁ ସରକାରଙ୍କ ଅନୁମୋଦନ ପରେ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି। ସେତୁର ଅଟକଳ ମୂଲ୍ୟ ୧୧୮.୫୬ କୋଟି ରହିଛି। ଏହି ସେତୁର ଲମ୍ବ ରହିଛି ୮୮୮.୮୯ ମିଟର । ଟେଣ୍ଡର ପ୍ରକ୍ରିୟା ପରେ ସେତୁ କାର୍ଯ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ।

ମହାନଦୀ ଉପରେ ଏହି ସେତୁ ନିର୍ମାଣ ହେଲେ ଦଶଟି ପଞ୍ଚାୟତର ଜନସାଧାରଣ ଉପକୃତ ହେବେ । କେନ୍ଦ୍ରIପଡ଼ା, ଜଗତସିଂହପୁର ଓ ପୁରୀକୁ ଏହି ପୋଲ ସଂଯୋଗ କରିବ । ଏହାକୁ ନେଇ ଅଞ୍ଚଳର ଲୋକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ସେତୁ ଦ୍ୱାରା ବିସନପୁର,ତରଜଙ୍ଗ ,ଦIଇଲୋ, କାନିମୂଳ, କ୍ରିଷ୍ଣନନ୍ଦପୁର, ସନ୍ଥେଶ୍ୱର, ତିର୍ତ୍ତୋଲ, କୋଲର, ଆମ୍ବିରି, ସାମନ୍ତରାପୁର ଆଦି ପଞ୍ଚାୟତର ଲୋକ ଉପକୃତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.