Below header

ଜାତୀୟ ଗଣମାଧ୍ୟମ ମାଗାଜିନର କଭର ଷ୍ଟୋରୀରେ ଦୂତୀ, ବାନ୍ଧବୀଙ୍କ ମଥାରେ ଦେଲେ ସିନ୍ଦୂର!

ପୁଣି ଥରେ ଚର୍ଚ୍ଚାରେ ଦୌଡରାଣୀ ଦୂତୀ ଚାନ୍ଦ । ଏଥର ଖେଳକୁ ନୁହେଁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ । ଏକ ଜାତୀୟ ଗଣମାଧ୍ୟମ ମାଗାଜିନର କଭର ଷ୍ଟୋରୀରେ ସ୍ଥାନ ପାଇଛନ୍ତି ଦୂତୀ ଓ ତାଙ୍କ ବାନ୍ଧବୀ । ଫଟୋରେ ଦୂତୀ ନିଜ ବାନ୍ଧବୀଙ୍କ ମଥାରେ ସିନ୍ଦୁର ଦେଉଥିବାର ଦେଖିବାକୁ ମିଳିଛି ।

କେନ୍ୟୁଜ୍: ପୁଣି ଥରେ ଚର୍ଚ୍ଚାରେ ଦୌଡରାଣୀ ଦୂତୀ ଚାନ୍ଦ । ଏଥର ଖେଳକୁ ନୁହେଁ ନିଜ ବ୍ୟକ୍ତିଗତ ଜୀବନକୁ ନେଇ । ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେର ମାଗାଜିନର କଭର ଷ୍ଟୋରୀରେ ସ୍ଥାନ ପାଇଛନ୍ତି ଦୂତୀ ଓ ତାଙ୍କ ବାନ୍ଧବୀ । ଫଟୋରେ ଦୂତୀ ନିଜ ବାନ୍ଧବୀଙ୍କ ମଥାରେ ସିନ୍ଦୂର ଦେଉଥିବାର ଦେଖିବାକୁ ମିଳିଛି ।

ତାଙ୍କ ବାନ୍ଧବୀ ମୋନାଲିସାଙ୍କୁ ସେ ସିନ୍ଦୁର ପିନ୍ଧାଇଛନ୍ତି । ଏହି ଫଟୋକୁ ନେଇ ପୁଣି ଥରେ ଚର୍ଚ୍ଚାକୁ ଆସିଛି ତାଙ୍କ ପ୍ରେମ କାହାଣୀ । ଏହାସହ କହିଛନ୍ତି, ସେ ବାପାକୁ ହେବାକୁ ଚାହାନ୍ତି । ତାଙ୍କ ବାନ୍ଧବୀ ମୋନାଲିସା ମାଆ ହେବାକୁ ଚାହାନ୍ତି ।

ଆମ ଦେଶରେ ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମତି ମିଳିବ କି ନାହିଁ ସେନେଇ ସୁପ୍ରିମକୋର୍ଟରେ ମାମଲା ଚାଲିଛି । ଏବେ ଲୋକଙ୍କ ମାନସିକତା ଓ ଆଭିମୁଖ୍ୟ ଧିରେ ଧିରେ ବଦଳୁଛି ସମଲିଙ୍ଗୀ ଲୋକ ଓ ତାଙ୍କ ସଂପର୍କକୁ ନେଇ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.