ମୁମ୍ବାଇ: ପେଟ ଭିତରେ ଲୁଚାଇ ରଖିଥିଲେ ୨୪୦ ଗ୍ରାମ୍‌ ସୁନା! ଅନ୍ତର୍ଜାତୀୟ ବିମାନବନ୍ଦରରେ ଏମିତି ଧରାପଡ଼ିଲେ ବ୍ୟକ୍ତି

ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ କଷ୍ଟମ୍‌ ଅଧିକାରୀମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ଏଠାରେ କଷ୍ଟମ୍ ଟିମ୍ ଜଣେ ବ୍ୟକ୍ତିଙ୍କୁ ଧରିଛି, ଯାହାଙ୍କ ପେଟରୁ ୨୪୦ ଗ୍ରାମ ସୁନା ବାହାରିଛି।

ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରରେ କଷ୍ଟମ୍‌ ଅଧିକାରୀମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ଏଠାରେ କଷ୍ଟମ୍ ଟିମ୍ ଜଣେ ବ୍ୟକ୍ତିଙ୍କୁ ଧରିଛି, ଯାହାଙ୍କ ପେଟରୁ ୨୪୦ ଗ୍ରାମ ସୁନା ବାହାରିଛି। ବ୍ୟକ୍ତି ଜଣକ ଏହି ସୁନାକୁ ନିଜ ପେଟ ଭିତରେ ଲୁଚାଇ ରଖିଥିଲେ। ଗିରଫ ବ୍ୟକ୍ତିଙ୍କ ନାମ ଇନ୍ତିଜାର୍‌ ଅଲି। ପଚରାଉଚରା ବେଳେ ଇନ୍ତିଜାର୍‌ କହିଥିଲେ କି, ସେ ପ୍ଲାଷ୍ଟିକ ଫଏଲରେ ୭ ସୁନାଖଣ୍ଡକୁ ବନ୍ଦ କରି ଗିଳି ଦେଇଛନ୍ତି।

ବ୍ୟକ୍ତିଙ୍କଠାରୁ ଏ କଥା ଶୁଣିବା ପରେ କଷ୍ଟମ ବିଭାଗର ଅଧିକାରୀମାନେ ଜେ.ଜେ ହସ୍ପିଟାଲରେ ତାଙ୍କର ଏକ୍ସ-ରେ କରାଇଥିଲେ। ଏକ୍ସ-ରେ ଏହା ନିଶ୍ଚିତ ହୋଇଥିଲା। କଷ୍ଟମ ଅଧିକାରୀମାନେ କହିଛନ୍ତି ଯେ ଜବତ ସୁନାର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା।

ସେମାନଙ୍କ କହିବା ହେଲା, ବ୍ୟକ୍ତିଙ୍କୁ ଜେ.ଜେ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଅସ୍ତ୍ରୋପଚାର ବିଭାଗର ମୁଖ୍ୟ ଡାକ୍ତର ଅଜୟ ଭଣ୍ଡାରଓ୍ଵାରଙ୍କ ନେତୃତ୍ୱରେ ଏକ ଟିମ୍ ବ୍ୟକ୍ତିଙ୍କ ପେଟରୁ ସମସ୍ତ ୭ ସୁନାଖଣ୍ଡକୁ ପ୍ରାକୃତିକ ଉପାୟରେ ବାହାର କରିଥିଲେ।

ଏଥିପାଇଁ ଅଭିଯୁକ୍ତଙ୍କୁ ହାଇ ଫାଇବର ଡାଏଟରେ ରଖାଯାଇଥିଲା, ଯେଉଁଥିରେ ତାଙ୍କୁ ପ୍ରତିଦିନ ୧ ଡଜନ କଦଳୀ ଖାଇବାକୁ ଦିଆଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.