CBSE ଦଶମ ରେଜଲ୍ଟ ପ୍ରକାଶିତ : ପାସ୍ ହାର ୯୩.୧୨ ପ୍ରତିଶତ, ଏଥର ବି ଛାତ୍ରୀ ଆଗୁଆ
ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଚଳିତବର୍ଷ ଦଶମରେ ପାସ୍ ହାର ୯୩.୧୨ ପ୍ରତିଶତ ରହିଛି ।ଏଥର ବି ଛାତ୍ରୀ ଆଗୁଆ
ନୂଆଦିଲ୍ଲୀ : ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ। ଚଳିତବର୍ଷ ଦଶମରେ ପାସ୍ ହାର ୯୩.୧୨ ପ୍ରତିଶତ ରହିଛି ।
ଦ୍ୱାଦଶ ଶ୍ରେଣୀର ପାସ ହାର ୮୭.୩୩ ପ୍ରତିଶତ ଅଛି । ଦ୍ୱାଦଶରେ ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍ ହାର ୬% ଅଧିକ ରହିଛି। ଝିଅଙ୍କ ପାସ ହାର ୯୦. ୬୮ ପ୍ରତିଶତ ଥିବାବେଳେ ପୁଅଙ୍କ ପାସ୍ ହାର ରହିଛି ୮୪.୬୭ ପ୍ରତିଶତ। ୯୯.୯୧% ପାସ୍ ହାର ସହ ଟପ୍ରେ ଥିରୁବନନ୍ତପୁରମ୍ ରିଜିଅନ୍। ଚଳିତ ବର୍ଷ ମୋଟ ପାସ୍ହାର ରହିଛି ୮୭.୩୩ ପ୍ରତିଶତ। results.cbse.nic.in ଓ www.cbseresults.nic.inରେ ଛାତ୍ରଛାତ୍ରୀ ରେଜଲ୍ଟ ଦେଖିପାରୁଛନ୍ତି । ଚଳିତ ବର୍ଷ CBSE ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇଥିଲେ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ। ଗତ ଫେବୃୟାରୀ ୧୪ ତାରିଖରୁ ଏପ୍ରିଲ ୫ ତାରିଖ ପର୍ଯ୍ୟନ୍ତ ଦ୍ୱାଦଶ ପରୀକ୍ଷା ହୋଇଥିଲା।