ଇପିଏଫ ଧାରୀଙ୍କୁ ବିନା ପ୍ରିମିୟମରେ ମିଳିବ ୭ଲକ୍ଷ ଟଙ୍କାର ବୀମା, ଜଲଦି କରନ୍ତୁ ଆବେଦନ ?

ଯଦି ଆପଣଙ୍କର ଇପିଏଫଓରେ ଆକାଉଣ୍ଟ ଅଛି ତାହେଲେ ଏହି ଖବର ଆପଣଙ୍କ ପାଇଁ । ଇପିଏଫଓ ଖାତାଧାରୀଙ୍କୁ ବିନା କୌଣସି ପ୍ରିମିୟରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ବିମା ସୁବିଧା ମିଳିଥାଏ ।

ଯଦି ଆପଣଙ୍କର ଇପିଏଫଓରେ ଆକାଉଣ୍ଟ ଅଛି ତାହେଲେ ଏହି ଖବର ଆପଣଙ୍କ ପାଇଁ । ଇପିଏଫଓ ଖାତାଧାରୀଙ୍କୁ ବିନା କୌଣସି ପ୍ରିମିୟରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତର ବିମା ସୁବିଧା ମିଳିଥାଏ । କର୍ମଚାରୀ ଭବିଷ୍ୟ ନିଧି ସଂଗଠନ ସମସ୍ତ ସଦସ୍ୟଙ୍କୁ ଏହି ସୁବିଧାର ଲାଭ ଉଠାଇବା ପାଇଁ ସୁଯୋଗ ଦେଇଛି । ସବୁଠୁ ଖାସ୍‌ କଥା ହେଉଛି ଆପଣଙ୍କୁ କିଛି କରିବାର ଆବଶ୍ୟକତା ନାହିଁ ।

ଭବିଷ୍ୟତକୁ ଦୃଷ୍ଟିରେ ରଖି ଲୋକେ ବିଭିନ୍ନ ଇନ୍ସୁରାନ୍ସ କରିଥାନ୍ତି । ଏଭଳିକି ଚାକିରୀ ଜୀବନରେ ଇପିଏଫ କର୍ମଚାରୀଙ୍କୁ ଅନେକ ସହାୟକ ହୋଇଥାଏ । ତେବେ ଇପିଏଫଓ ଆକାଉଂଟଧାରକଙ୍କ ଲାଗି ଏକ ସୁବିଧା ରହିଛି । ଆପଣ କୌଣସି ପ୍ରିମିୟମ ନଦେଇ ୭ ଲକ୍ଷ ପର୍ଯ୍ୟନ୍ତ ବୀମା ରାଶି ପାଇପାରିବେ । ଯଦି କୌଣସି ଇପିଏଫଓ ସଦସ୍ୟଙ୍କ ଅକାଳରେ ମୃତ୍ୟୁ ହୁଏ ଏହି ବୀମା ରାଶି ପାଇଁ ତାଙ୍କ ପରିବାର ଲୋକେ ଦାବି କରିପାରିବେ । ତେବେ ଆସନ୍ତୁ ଜାଣିବା ଏହି ବୀମା ରାଶି ପାଇଁ କିଏ ଦାବି କରିପାରିବେ ଏବଂ କିଭଳିଭାବେ ସେବା ପାଇପାରିବେ ।

ଇପିଏଫଓ ସଦସ୍ୟଙ୍କ ମୃତ୍ୟୁ ପରେ ଏହି ବୀମାରାଶି ପାଇଁ ଅବେଦନ କରାଯାଇଥାଏ । ତେବେ ନୋମିନ ବା ଉତରାଧିକାରୀ ଏହି ଆବେଦନ କରିପାରିବେ । ତେବେ ଏହି ସ୍କିମର ସର୍ବନିମ୍ନ ବୀମା ରାଶି ୨ ଲକ୍ଷ ୫୦ ହଜାର ଟଙ୍କା ରହିଛି । ଏହା ଆପଣଙ୍କ ଇପିଏଫଓ ପାଇଁ କଟୁଥିବା ରାଶି ଉପରେ ନିର୍ଭର କରେ । ତେବେ ଜଣେ ଇପିଏଫଓଧାରୀଙ୍କ ପରିବାର ସର୍ବାଧିକ ୭ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମାରାଶି ପାଇପାରିବେ । ତେବେ ଏହି ବୀମା ରାଶି ନିର୍ଣ୍ଣୟ କରିବାର ଏକ ପଦ୍ଧତି ରହିଛି ।

ଜାଣନ୍ତୁ କେମିତି ନିର୍ଦ୍ଧାରିତ ହୁଏ ବିମା ରାଶି?

ବୀମା ରାଶି ମୃତ ଇପିଏଫଓ ସଦସ୍ୟଙ୍କ ଗତ ୧୨ ମାସର ବେତନ ଆଧାରରେ ବୀମାରାଶି ହିସାବ କରାଯାଇଥାଏ । ବୀମା ପରିମାଣ ଗତ ୧୨ ମାସରେ ପ୍ରାପ୍ତ ମୌଳିକ ବେତନର ୩୫ ଗୁଣ ଅଟେ । ଏହି ସମୟରେ ଏହାର ସର୍ବାଧିକ ସୀମା ୭ ଲକ୍ଷ ଟଙ୍କା । ଯାହାକି ପୂର୍ବରୁ ୬ ଲକ୍ଷ ଟଙ୍କା ରହିଥିଲା । କିନ୍ତୁ ଏବେ ସରକାର ଏହାକୁ ୭ ଲକ୍ଷ କରିଛନ୍ତି । କିନ୍ତୁ ଏହି ସ୍କିମରେ ସର୍ବନିମ୍ନ ୨ ଲକ୍ଷ ୫୦ ହଜାର ପ୍ରଦାନ କରାଯାଉଛି ।

ସବୁଠାରୁ ବଡ଼ କଥା ହେଉଛି କି, ଇପିଏଫଓ ସଦସ୍ୟ ସର୍ବ ପ୍ରଥମେ ନୋମିନୀଙ୍କ ନାମ ପଞ୍ଜିକରଣ କରିବା ଜରୁରୀ । କାହିଁକି ନାଁ ଆପଣ ଯଦି ନୋମିନୀ ନରଖିବେ ତାହେଲେ ଏହି ସୁବିଧା ପାଇବା ସହଜ ନୁହେଁ । ଉତରାଧିକାରୀ ଏହି ବୀମା ରାଶି ପାଇଁ ଆବେଦନ କରିବାବେଳେ ବହୁ କାଗଜପତ୍ର ଆବଶ୍ୟକ ହୋଇଥାଏ । ଏପରିକି ଅନେକ ସମୟ ଲାଗିବା ସହ ଟଙ୍କା ପାଇବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ଏଣୁ ନୋମିନୀ ରଖିବା ପରେ ଇପିଏଫଓ ସଦସ୍ୟଙ୍କ ପରିବାର ଲୋକେ ଇପିଇ, ଇପିଏସ୍ ଏବଂ ଇଡିଏଲଆଇ ସ୍କିମ୍ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ । ଯେଉଁଥିପାଇଁ ସବୁବେଳେ ନୋମିନୀ ରଖିବା ନିହାତି ଜରୁରୀ ।

ବର୍ଦ୍ଧିତ ପେନସନକୁ ନେଇ ନିୟମ

କେନ୍ଦ୍ର ସରକାର ବର୍ଦ୍ଧିତ ପେନସନକୁ ନେଇ ନୂଆ ନିୟମ ଘୋଷଣା କରିଛନ୍ତି । ସରକାର କର୍ମଚାରୀ ପେନସନ୍‌ ଯୋଜନାରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ବେସିକ ବେତନ ୧.୬ ପ୍ରତିଶତ ସବସିଡି ଜରିଆରେ ଦେଉଛନ୍ତି । କମ୍ପାନୀ ଇପିଏଫଓ ସାମାଜିକ ସୁରକ୍ଷା ଯୋଜନାରେ ମୂଳ ବେତନର ୧୨% ଯୋଗଦାନ କରିଥାଏ । କମ୍ପାନୀର ୮.୩୩ ପ୍ରତିଶତ ଯୋଗଦାନ ଇପିଏସ ଏବଂ ବାକି ୩.୬୭ ପ୍ରତିଶତ ଇପିଏଫଓରେ ଜମା ହୋଇଥାଏ । ଇପିଏଫଓ ସମସ୍ୟ ଯେଉଁମାନେ ବର୍ଦ୍ଧିତ ପେନସନ ଚାହୁଁଛନ୍ତି ସେମାନେ ଏହିି ବିକଳ୍ପକୁ ଚୟନ କରିପାରିବେ । କର୍ମଚାରୀଙ୍କର ମୂଳ ବେତନରୁ କୌଣସି ରାଶି କଟାଯିବନାହିଁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.