Below header

ବିପକ୍ଷ ଦଳର ଖେଳାଳିଙ୍କୁ ମାଡ ମାରି ପଡିଆରେ ହଟହଟା ହେଲେ ବ୍ରାଜିଲର ଏହି ଷ୍ଟାର ଖେଳାଳି

କୋଭିଡ ସଂକ୍ରମିତ ଚିହ୍ନଟ ହେବା ପରେ କିଛି ଦିନର ବିରତି ପରେ ପୁଣିଥରେ ମୈଦାନକୁ ଓଲ୍ହାଇଛନ୍ତି ବ୍ରାଜିଲର ଷ୍ଟାର ଖେଳାଳି ନେମାର ଜୁନିୟର । ଫ୍ରାନ୍ସର କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ ପକ୍ଷରୁ ଖେଳ ଆରମ୍ଭ କରିଥିବା ନେମାର ମୈଦାନକୁ ଫେରିବା ସହ ପୁଣି ଥରେ ବିବାଦରେ ଫସି ଯାଇଛନ୍ତି । ପ୍ରକୃତରେ ନେମାର ଖେଳୁଥିବା ସମୟରେ ବିପକ୍ଷ ଟିମର ଜଣେ ଖେଳାଳିଙ୍କୁ ମାଡ଼ ମାରି ବିବାଦକୁ ଆସିଛନ୍ତି । ଏହା ପରେ ପରେ ମ୍ୟାଚ ରେଫରୀ ରେଡ କାର୍ଡ ଦେଖାଇ ତାଙ୍କୁ ମୈଦାନରୁ ବାହାର କରିଦେଇଥିବା ଜଣାଯାଇଛି । ରବିବାର ଅର୍ଥାତ ଗତ ୧୩ ତାରିଖରେ ଫ୍ରାନ୍ସରେ ଏକ ଫୁଟ୍ବଲ ଟୁର୍ଣ୍ଣାମେଣ୍ଟର ଲିଗ ମ୍ୟାଚ ଚାଲିଥିବା ବେଳେ ହିଁ ଏହି ଘଟଣା ଘଟିଥିଲା ।

ଅନ୍ୟପକ୍ଷରେ ବ୍ରାଜିଲର ଏହି ଷ୍ଟାର ଖେଳାଳି ଜଣଙ୍କ ବିପକ୍ଷଙ୍କ ବିରୋଧରେ “ରାସିସମ” ପରି ଆରୋପ ଲଗାଇଛନ୍ତି । ଅବଶ୍ୟ ବ୍ରାଜିଲ ଦଳ ପାଇଁ ଏହି ଧରଣର ଘଟଣା ପ୍ରଥମ ନୁହେଁ । ପୂର୍ବରୁ ବ୍ରାଜିଲ ଟିମର ଲେବିନ କୁରଜାବା ଓ ଲେନ୍ଦ୍ର ପରେଡେଶଙ୍କ ବିରୋଧରେ ବି ଏହି ସମାନ ଧରଣର ଆରୋପ ଆସିଥିଲା । ମୈଦାନରୁ ବାହାରିବା ପରେ ନେମାର ନିଜ ପ୍ରତିକ୍ରିୟାରେ କହିଛନ୍ତିକି, ” ଆପଣ ମାନେ କେବଳ ଏତିକି ଦେଖିଛନ୍ତିକି ମୁଁ ତାକୁ ମାରିଛି । କିନ୍ତୁ ମୋର ଅବସୋସ ରହିଛିକି ମୁଁ ତା ମୁହଁକୁ ଜୋର ସେ ମାରିପାରିନାହିଁ । ଯଦି ମୋ ଅଧୀନରେ ଥାନ୍ତା ତେବେ ଏତିକି ମୁଁ ନିଷ୍ଛିନ୍ତ ରୂପେ ପୂରଣ କରିଦେଇଥାନ୍ତି ।”

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.