Below header

ବିଜେପିରେ ଯୋଗ ଦେବେ ଗୌତମ୍ ଗମ୍ଭୀର ! ନୂଆଦିଲ୍ଲୀରୁ ଲଢିପାରନ୍ତି ନିର୍ବାଚନ

ନୂଆଦିଲ୍ଲୀ : ଦିଲ୍ଲୀରେ ନିଜର ଆସନ ଜମାଇବାକୁ ବିଜେପିର ନୂଆ ରଣନୀତି । ବିଜେପିରେ ଯୋଗ ଦେଇପାରନ୍ତି କ୍ରିକେଟର୍ ଗୌତମ ଗମ୍ଭୀର । ଆଗାମୀ ଲୋକସଭା ନିର୍ବାଚନରେ ବିଜେପି ତରଫରୁ ଦିଲ୍ଲୀରୁ ଲଢିପାରନ୍ତି ବୋଲି ସୂଚନା ମିଳିଛି । ବର୍ତ୍ତମାନ ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର ରହିଛି । ତେଣୁ ଦିଲ୍ଲୀ କବଜା କରିବାକୁ ନୂଆ ଗୋଟି ଚଳାଇଛି ବିଜେପି ।

ରାଜନୀତିରେ ପ୍ରବେଶ କରିବାରେ ଗୌତମ ଗମ୍ଭୀର ପ୍ରଥମ ଖେଳାଳି ନୁହଁନ୍ତି । ତାଙ୍କ ପୂର୍ବରୁ ଅନେକ ଖେଳାଳି ନିର୍ବାଚନ ଲଢି ସାଂସଦ ଏବଂ ମନ୍ତ୍ରୀ ପଦରେ କବଜା କରିଛନ୍ତି । ୨୦୧୨ରୁ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଖେଳି ନାହାଁନ୍ତି ଗୌତମ ଗମ୍ଭୀର । ସେ ୨୦୧୬ରେ ଶେଷ ଥର ପାଇଁ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଭାରତ ତରଫରୁ ଖେଳିଥିଲେ । ଗମ୍ଭୀର ଭାରତ ପକ୍ଷରୁ ୫୮ଟି ଟେଷ୍ଟ ମ୍ୟାଚରେ ୪୧୫୪ରନ କରିଛନ୍ତି। ଏହି ପରି ୧୪୧ ଅନ୍ତରାଷ୍ଟ୍ରୀୟ ଦିନିକିଆରେ ୫୨୩୮ ରନ କରିଛନ୍ତି। ତାଙ୍କ ନେତୃତ୍ୱରେ ୨ଥର କୋଲକାତା ନାଇଟ ରାଇଡର୍ସ ଆଇପିଏଲରେ ବିଜେତା ହୋଇଥିଲା । କିନ୍ତୁ ଗତ ଆଇପିଏଲର ୧୧ତମ ସିଜିନରେ ଦିଲ୍ଲୀ ଲଗାତାର ହାରିବା ପରେ ସେ ଅଧିନାୟକ ପଦବୀରୁ ଇସ୍ତଫା ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.