Below header

ବାଲ୍ୟବନ୍ଧୁଙ୍କ ଧରିଲେ ହାତ, ବିବାହ ବନ୍ଧନରେ ବାନ୍ଧି ହେଲେ ଦୁଇ ପୂର୍ବତନ ହକି ତାରକା ଲିଲିମା ମିଞ୍ଜ୍ ଓ ଷ୍ଟାଲିନ ଭିକ୍ଟର

ସୁନ୍ଦରଗଡ (କେନ୍ୟୁଜ): ବିଶ୍ଵକପ ହକି ପାଇଁ ସମଗ୍ର ସୁନ୍ଦରଗଡ ଜିଲ୍ଲା ଚଳଚଞ୍ଚଳ ହୋଇପଡିଥିବା ବେଳେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ୨ ହକି ତାରକା। ରିଓ ଅଲମ୍ପିକରେ ମହିଳା ହକି ଦଳର ସଦସ୍ୟା ଥିବା ଲିଲିମା ମିଞ୍ଜ୍। ଆଜି ନିଜ ଜୀବନସାଥି ରୁପେ ପୁର୍ବତନ ଆନ୍ତର୍ଜାତିୟ ହକି ଖେଳାଳୀ ଷ୍ଟାଲିନ ଭିକ୍ଟର ମିଂଜଙ୍କୁ ବିବାହ କରିଛନ୍ତି। ଆଜି ରାଜଗାଙ୍ଗପୁର ବିହାବନ୍ଧ ଚର୍ଚ୍ଚରେ ଖ୍ରୀଷ୍ଟିଆନ ଧର୍ମ ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି।

ବିହାବନ୍ଧ ଚର୍ଚ୍ଚର ଫାଦର ବିପିନ ମାଝୀ ଏହି ବିବାହ କାର୍ଯ୍ୟ ସମ୍ପନ୍ନ କରାଇଥିଲେ। ଏହି ବିବାହ ଉତ୍ସବରେ ହକି ତାରକା ନମିତା ଟପ୍ପୋ,ସୁନିତା ଲାକ୍ରାଙ୍କ ସମେତ ହକି କୋଚ ସିଲଭାଷ୍ଟର ଟପ୍ପୋଙ୍କ ସମେତ ଲିଲିମା ଓ ଷ୍ଟାଲିନଙ୍କ ପରିବାର ବର୍ଗ ଉପସ୍ଥିତ ଥିଲେ। ବିବାହ ପରେ ଲିଲିମାଙ୍କ ପୈତୃକ ବାସଭବନ ଟାନାଟୋଲିରେ ଭୋଜିଭାତର ଆୟୋଜନ କରାଯାଇଛି। ତେବେ ବିବାହ ଉତ୍ସବରେ ସମସ୍ତେ ଯୋଗ ଦେଇ ଆର୍ଶିବାଦ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ହକି ତାରକା ଲିଲିମା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.