Below header

ଚକୋଲେଟ ବିକିବ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ,, ୭୪ କୋଟି ଟଙ୍କାରେ କିଣିଲେ ଏହି କମ୍ପାନୀ

ରିଲାଏନ୍ସ କଂଜୁମର ପ୍ରଡକ୍ଟସ୍‌ ଲିମିଟେଡ (ଆରସିପିଏଲ) ଲୋଟସ ଚକୋଲେଟ ପ୍ରବର୍ତ୍ତକ ସହ ବୁଝାମଣା କରିଛି । ଲୋଟସ ଚକୋଲେଟ, କୋକୋ ଉତ୍ପାଦ ଓ କୋକୋ ଡେରିଭେଟିଭ ବାନାଇଥାଏ । ରିଲାଏନ୍ସ ସହ ବୁଝାମଣା କରିବା ପରେ କମ୍ପାନୀର ସିଇଓ ଅଭିଜିତ ପଇ କହିଛନ୍ତି ଯେ ଏହାଦ୍ୱାରା ଲୋଟସ ଆହୁରି ଉପରକୁ ଉଠିବ ।

ଦେଶର ଦ୍ୱିତୀୟ ସବୁଠୁ ବଡ଼ ଧନୀ ଅମ୍ବାନୀଙ୍କ ହାତରେ ପଡିଛି ଆଉ ଏକ କମ୍ପାନୀ । ରିଲାଏନ୍ସ ଲୋଟସ ଚକୋଲେଟ କମ୍ପାନୀର ୫୧ ପ୍ରତିଶତ ସେୟାର ଅଧିଗ୍ରହଣ କରିବ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଆରସିପିଏଲ ନାମରେ କଂଜୁମର ଗୁଡସ ଶାଖା ଖୋଲିବ । ଏହି ଡିଲ ୧୧୩ ଟଙ୍କା ପ୍ରତି ସେୟାର ମୂଲ୍ୟରେ ହୋଇଛି । ଯାହାର ମୋଟ ମୂଲ୍ୟ ୭୪ କୋଟି ଟଙ୍କା ଅଟେ । ଲୋଟସ ଚକୋଲେଟ କମ୍ପାନୀ ଚକୋଲେଟ, କୋକୋ ଉତ୍ପାଦ ଓ କୋକୋ ଡେରିଭେଟିଭ ତିଆରି କରିଥାଏ ।

ଶସ୍ତା ଦାମରେ ଗ୍ରାହକଙ୍କୁ ଦିଆଯିବ ଭଲ ପ୍ରଡକ୍ଟ ବୋଲି କହିଲେ ଇଶା ଅମ୍ବାନୀ

ଏହି ଡିଲ ପରେ ରିଲାଏନ୍ସ ରିଟେଲ ଲିମିଟେଡର କାର୍ଯ୍ୟକାରୀ ନିର୍ଦ୍ଦେଶକ, ଇଶା ଅମ୍ବାନୀ କହିଛନ୍ତି, ରିଲାଏନ୍ସ ଲୋଟସ ସହ ଭାଗିଦାରୀ କରିବାରେ ଉତ୍ସାହିତ । କାରଣ ଲୋଟସ ସ୍ୱଦେଶୀ ଭାବେ ବିକଶିତ ଉଚ୍ଚ ଗୁଣାବତ୍ତା ବାଲା ପ୍ରଡକ୍ଟ ଦେବା ପାଇଁ ପ୍ରତିବଦ୍ଧ ।

ସେହିପରି ଲୋଟସ ର ସଂସ୍ଥାପକ ଅଭିଜିତ ପଇ କହିଛନ୍ତି, ରିଲାଏନ୍ସ ସହ ଏହି ବୁଝାମଣାରେ ପ୍ରବେଶ କରି ଆମେ ଖୁସୀ ଅଟୁ । ଏହି ନିବେଶ ମାଧ୍ୟମରେ ରିଲାଏନ୍ସ ଲୋଟସର ୬୫,୪୮,୯୩୫ ଇକ୍ୱିଟି ସେୟାର ଅଧିଗ୍ରହଣ କରୁଛି । ଏହି କମ୍ପାନୀ ଏବେ ପ୍ରମୋଟର ସମୁହର ୫୧ % ସେୟାର ହୋଲଡ୍‌ ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.