Below header

ହକି ବିଶ୍ୱକପ୍‌ରେ ଭାରତ-ଇଂଲଣ୍ଡ ମ୍ୟାଚ୍‌ ଡ୍ର

କେନ୍ୟୁଜ୍(ବ୍ୟୁରୋ):ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ରୋମାଞ୍ଚକର ମୁକାବିଲା । ଭାରତ-ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ ଥିଲା ସଂଘର୍ଷପୂର୍ଣ୍ଣ । କିନ୍ତୁ ସୁଯୋଗ ହାତଛଡ଼ା କରିଥିଲେ ଉଭୟ ଦଳ। ନିର୍ଦ୍ଧାରିତ ସମୟରେ କେହି କାହାରିକୁ ଗୋଲ୍‌ ଦେଇ ପାରିଲେ ନାହିଁ। ୦-୦ରେ ଡ୍ର ରହିଲା ମ୍ୟାଚ୍‌। ପ୍ରଥମ ଭାଗରେ ଇଂଲଣ୍ଡ ଜରଦସ୍ତ ଆଟାକ୍‌ କରିଥିଲା। ବହୁ ସୁଯୋଗ ପାଇଥିଲେ ମଧ୍ୟ ଗୋଲ୍‌ରେ ପରିଣତ କରି ପାରିନଥିଲା ଦଳ। ଦ୍ୱିତୀୟ ଭାଗରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଥିଲା। କିନ୍ତୁ ଭାରତୀୟ ଖେଳାଳି ମଧ୍ୟ ଗୋଲ୍‌ କରି ପାରିନଥିଲେ। ଇଂଲଣ୍ଡ ଦଳକୁ ମିଳିଥିଲା ୮ଟି ପେନାଲ୍ଟି କର୍ଣ୍ଣର ସୁଯୋଗ। ଭାରତ ପାଇଥିଲା ୪ଟି ପେନାଲ୍ଟି କର୍ଣ୍ଣର। କିନ୍ତୁ କେହି ଗୋଲ୍‌ କରି ପାରିନଥିଲେ।

ପୁଲ୍‌ ଡିରେ ଇଂଲଣ୍ଡ ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ୪ ପଏଣ୍ଟ ପାଇଛି। ଭାରତ ମଧ୍ୟ ଗୋଟିଏ ବିଜୟ ଓ ଗୋଟିଏ ଡ୍ର ସହ ପାଇଛି ୪ ପଏଣ୍ଟ। ଇଂଲଣ୍ଡ ତାର ପ୍ରଥମ ମ୍ୟାଚରେ ୱେଲସ ୫-୦ ଗୋଲରେ ହରାଇଥିବାରୁ ଗୋଲ ବ୍ୟବଧାନ ଅଧିକ ଥିବାରୁ ପଏଣ୍ଟ ଟେବୁଲ ଶୀର୍ଷରେ ରହିଛି ଇଂଲଣ୍ଡ। ଭାରତ ସ୍ପେନକୁ ପ୍ରଥମ ମ୍ୟାଚରେ ୨-୦ରେ ହରାଇଥିଲା। ପଏଣ୍ଟ ଟେବୁଲର ଦ୍ୱିତୀୟ ସ୍ଥାନରେ ଅଛି ଭାରତ। ଏହି ପୁଲରେ ସ୍ପେନ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ତୃତୀୟ ସ୍ଥାନରେ ଥିବା ବେଳେ ଦୁଇଟି ଯାକ ମ୍ୟାଚ ହାରି ଚତୁର୍ଥ ସ୍ଥାନରେ ୱେଲ୍‌ସ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.