Below header

କାବୁଲରେ ପୂର୍ବ ସାଂସଦ ମୁର୍ସଲ ନବୀଜାଦାଙ୍କୁ ହତ୍ୟା

ଆଫଗାନିସ୍ତାନ : ରବିବାର ଏଠାରେ କିଛି ଅଜ୍ଞାତ ବନ୍ଧୁକଧାରୀ ଆଫଗାନିସ୍ତାନ ପୂର୍ବତନ ସାସଂଦ ମୁର୍ସଲ ନବିଜାଦା ଓ ତାଙ୍କ ବଡିଗାର୍ଡଙ୍କୁ ଗୁଳି କରି ହତ୍ୟା କରିଛନ୍ତି । କାବୁଲ ପୋଲିସ ଏହି ମାମଲାର ଯାଞ୍ଚ କରୁଛି ବୋଲି କହିଛି । ଆଫଗାନିସ୍ତାନ ରାଜଧାନୀ କାବୁଲରେ ତାଲିବାନ ସରକାର ଆସିବା ପୂର୍ବରୁ ସାଂସଦ ଥିବା ମୁର୍ସଲ ତାଲିବାନ ସରକାର କ୍ଷମତା ଗ୍ରହଣ ପରେ ଆଫଗାନିସ୍ତାନ ଛାଡି କରି ଯାଇ ନଥିଲେ । ତେବେ ପୋଲିସ ଏହି ମାମଲାକୁ ଗମ୍ଭୀରତାର ସହ ନେଇଛି ବୋଲି କହିଛି ।

ମୁର୍ସଲ ଆଫଗାନିସ୍ତାନର ବାହାଦୁର କନ୍ୟା ଥିଲେ ବୋଲି ତାଙ୍କ ସାଥୀ ସାଂସଦ ମରିୟମ ସୋଲି ମଙ୍ଖି ଟ୍ଵିଟ କରି କହିଛନ୍ତି । ତାଙ୍କର ବନ୍ଧୁ ତଥା ସହଯୋଗୀ ସାଂସଦଙ୍କ ହତ୍ୟାରେ ତାଙ୍କୁ ଗଭୀର ଦୁଃଖ ଲାଗିଛି ବୋଲି ମଧ୍ୟ ମରିୟମ ଟ୍ଵିଟରେ ଲେଖିଛନ୍ତି । ସେ ଜଣେ ବାହାଦୁର ସାଂସଦ ଥିଲେ ଓ ଆଫଗାନିସ୍ତାନରେ ପାକିସ୍ତାନର ଅତ୍ୟାଚାରକୁ ଖୋଲାଖୋଲି ଭାବେ ବିରୋଧ କରୁଥିଲେ ।

ତାଙ୍କର ପରଲୋକ ହେବା ଆମ ଦେଶ ପାଇଁ ଏକ ବଡ ସଂକଟ । ତାଙ୍କୁ ଦେଶ ସର୍ବଦା ମନେ ରଖିବ ବୋଲି ମରିୟମ କହିଛନ୍ତି । ପୁଲିସ ସୂଚନା ଅନୁଯାୟୀ, ମୁର୍ସଲଙ୍କ ହତ୍ୟା ଅଜଣା ଲୋକ କରିଛନ୍ତି । ଏହି ମାମଲାର ଯାଞ୍ଚ ଚାଲିଛି । ୩୨ ବର୍ଷୀୟ ମୁର୍ସଲ ଆଫଗାନିସ୍ତାନ ପୂର୍ବ ଅଂଚଳ ନାଂଗରହାରରୁ ୨୦୧୮ ରେ ସାଂସଦ ନିର୍ବାଚିତ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.