Below header

ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ : ୩୩୮ରେ ଅଲଆଉଟ ହେଲା ଅଷ୍ଟ୍ରେଲିଆ

ସିଡ୍ନୀ କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚର ଖେଳ ଜାରି ରହିଛି । ଆଜି ମ୍ୟାଚର ୨ୟ ଦିନ । ତେବେ ୨ୟ ଦିନ ଲଞ୍ଚ ବ୍ରେକ୍ ସୁଦ୍ଧା ଅଷ୍ଟ୍ରେଲିଆ ୮ ଓ୍ୱିକେଟରେ ୩୧୦ରନ ସଂଗ୍ରହ କରିଛି ।

ଟସ୍ ଜିତି ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଗତକାଲି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ଟିମ୍ ୨ ଓ୍ୱିକେଟ୍ ହରାଇ ୧୬୬ ରନ୍ କରିଥିଲା । ତେବେ ଆଜି ମ୍ୟାଚର ୨ୟ ଦିନ ଖେଳ ଆରମ୍ଭ ହୋଇଥିଲା । କିନ୍ତୁ ୨ଦିନର ପ୍ରଥମ ସେସନ ଭାରତୀୟ ବୋଲରଙ୍କ ପକ୍ଷରେ ରହିଥିଲା ।

india

ପ୍ରଥମ ସେସନରେ ଜାଡେଜା ଲାବୁସେନ ଓ ଓ୍ୱାଡେଙ୍କ ଓ୍ୱିକେଟ୍ ନେଇଥିବା ବେଳେ ବୁମ୍ରାହ କଙ୍ଗାରୁ ବ୍ୟାଟସମ୍ୟାନ୍ ଗ୍ରୀନଙ୍କୁ ଖାତା ଖୋଲିବା ପୂର୍ବରୁ ନିଜର ଶିକାର କରିଥିଲେ । କିନ୍ତୁ ଷ୍ଟିଭ୍ ସ୍ମିଥଙ୍କ ଫର୍ମ ଭାରତୀୟ ବୋଲରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସ୍ମିଥ୍ ଏବେ ୧୦୨ ରନ୍ ଖେଳି ଅପରାଜିତ ରହିଛନ୍ତି । ସେହିପରି ମହମ୍ମଦ ସିରାଜ ୧ ୱିକେଟ ନେଇଥିବା ବେଳେ ନବଦୀନ ସଇନିଙ୍କୁ ୧ ୱିକେଟ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.