Below header

ଚାନ୍ଦବାଲି ଖଟୁଆପାଟଣା ଗାଁରେ ହିତାଧିକାରୀଙ୍କୁ ସଠିକ ପରିମାଣରେ ଖାଉଟି ସାମଗ୍ରୀ ଦିଆଯାଉନଥିବା ଅଭିଯୋଗ, ସମସ୍ଯାର ସମାଧାନ ପାଇଁ ଦାବି

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ସୁନ୍ଦରପୁର ପଂଚାୟତ ଖଟୁଆପାଟଣା ଗାଁରେ କିଛି ହିତାଧିକାରୀଙ୍କୁ ସ୍ଥାନୀୟ ଡିଲର ଜାଣିଶୁଣି ହଇରାଣ କରିବା ସହ ସେମାନଙ୍କୁ ସଠିକ ପରିମାଣରେ ଖାଉଟି ସାମଗ୍ରୀ ଦିଆଯାଉନଥିବା ଅଭିଯୋଗ । ତାହାସହ ସରକାର ୧ଟଙ୍କାରେ ଚାଉଳ ପ୍ରଦାନ କରୁଥୁବା ବେଳେ ସ୍ଥାନୀୟ ଡିଲର ଚାଉଳ ବାବଦକୁ ୧ଟଙ୍କା ୩୦ପଇସା ହିତାଧିକାରୀଙ୍କ ଠାରୁ ନେଉଥିବା କିଛି ହିତାଧିକାରୀ ଅଭିଯୋଗ କରିଛନ୍ତି ।

ଅନ୍ଯପଟେ କିଛି ହିତାଧିକାରୀଙ୍କର ଆଧାର ଲିଙ୍କ ହୋଇନଥିବା ଦର୍ଶାଇ ଡିଲର ଖାଉଟି ସାମଗ୍ରୀ ହଡପ କରୁଥୁବା ମଧ୍ଯ ଅଭିଯୋଗ କରିଛନ୍ତି ହିତାଧିକାରୀ । ତେବେ ଏ ବାବଦରେ ହିତାଧିକାରୀମାନେ ବାରମ୍ବାର ଚାନ୍ଦବାଲି ଯୋଗାଣ ଅଧିକାରୀ , ବିଡିଓ ଓ ସ୍ଥାନୀୟ ସରପଂଚ ଏମିତିକି ଜିଲ୍ଲାପାଳଙ୍କୁ  ଲିଖିତ ଅଭିଯୋଗ କରିଛନ୍ତି, ହେଲେ କେହି ବି କିଛି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ । ତେବେ ଯଦି ଏହାର ସମାଧାନ ନହୁଏ ଆଗାମୀ ଦିନରେ ହିତାଧିକାରୀମାନେ ପଂଚାୟତ ଓ ବ୍ଲକ କାର୍ଯ୍ୟାଳୟରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.