Below header

ଆଜିଠୁ ଆରମ୍ଭ ହେଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍

ଆଜିଠୁ ଆରମ୍ଭ ହେଉଛି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ । ଆଜି ଧର୍ମଶାଳାରେ ଖେଳାଯିବ ପ୍ରଥମ ମ୍ୟାଚ୍ । ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇ ୩-୦ରେ ଟି-୨୦ ସିରିଜ୍ ଜିତିଥିବା ଭାରତୀୟ ଦଳର ମନୋବଳ ଦୃଢ ରହିଛି । ତେଣୁ ଘରୋଇ ପରିବେଶରେ ଏହି ସିରିଜ୍ ମଧ୍ୟ ଜିତିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ସେହିପରି ଦକ୍ଷିଣ ଆଫ୍ରିକା ଯୁବ ଦଳ ଭାରତ ଉପରେ ଆଧିପତ୍ୟ ଜାହିର କରିବାକୁ ଉଦ୍ୟମ କରିବ । ୪ ବର୍ଷ ତଳେ ୨୦୧୫ରେ ଦକ୍ଷିଣ ଆଫ୍ରିକା ଧର୍ମଶାଳାରେ ରୋମାଞ୍ଚକର ବିଜୟ ହାସଲ କରିଥିଲା ।

ପ୍ରଥମେ ବ୍ୟାଟିଂ କରି ରୋହିତ ଶର୍ମାଙ୍କ ଶତକ ବଳରେ ୧୯୯ ରନ୍ ସଂଗ୍ରହ କରିଥିଲା । ହେଲେ ଦକ୍ଷିଣ ଆଫ୍ରିକା ୩ ଓ୍ଵିକେଟ୍ ହରାଇ ବିଜୟ ହାସଲ କରିନେଇଥିଲା । ଆଜିର ମ୍ୟାଚରେ ପେସ୍ ବୋଲର ଆନରିଚ ନର୍ଜ ଓ ଅଲରାଉଣ୍ଡର ଜର୍ଜ ଲିଣ୍ଡ ଡେବ୍ୟୁ କରିପାରନ୍ତି । ସେହିପରି ଟିମ୍ ଇଣ୍ଡିଆର ତିନି ଷ୍ଟାର ଖେଳାଳି ବିରାଟ କୋହଲୀ, ରୋହିତ ଶର୍ମା ଓ ଶିଖର ଧଓ୍ଵନ ବ୍ୟାଟିଂ ଭାର ସମ୍ଭାଳିବେ ।

୪ ନମ୍ବର ପାଇଁ ଶ୍ରେୟାସ ଆୟର ଓ ମନୀଷ ପାଣ୍ଡେଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଫେରିଥିବାରୁ ଉଭୟ ବ୍ୟାଟିଂ ଓ ବୋଲିଂରେ ଦଳ ସୁଦୃଢ ହେବ । ଆଜିର ମ୍ୟାଚରେ ନୂଆ ଜର୍ସି ସହ ପଡ଼ିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଗତକାଲି ଅଧିନାୟକ ବିରାଟ କୋହଲୀ, ଉପ ଅଧିନାୟକ ରୋହିତ ଶର୍ମା ଓ କୋଚ୍ ରବି ଶାସ୍ତ୍ରୀ ନୂଆ ଜର୍ସି ଉନ୍ମୋଚନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.