ଖୋର୍ଦ୍ଧା ବରୁଣେଇ ପାଦ ଦେଶରେ ଅନୁଷ୍ଠିତ ହେବ ପାଇକ ବିଦ୍ରୋହର ଦୁଇ ଶହ ପୂର୍ତ୍ତି ଉତ୍ସବ

ଖୋର୍ଦ୍ଧା (କେନ୍ୟୁଜ୍) : ବରୁଣେଇ ପାଦ ଦେଶରେ ଅନୁଷ୍ଠିତ ହେବ ପାଇକ ବିଦ୍ରୋହର ଦୁଇ ଶହ ପୂର୍ତ୍ତି ଉତ୍ସବ । ଏହି ସ୍ମାରକୀ ନିମନ୍ତେ ରାଜ୍ୟ ସରକାର ଯୋଗାଇଥିବା ଦଶ ଏକର ଜମିକୁ ବୁଲି ଦେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ସହ ସଂସ୍କୃତି ବିଭାଗ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଖୋର୍ଦ୍ଧା ଜିଲ୍ଲାପାଳ ସିତାଂଶୁ ରାଉତ ଏବଂ ଓଟିଡିସି ନିର୍ଦ୍ଦେଶକ ନିର୍ମଳ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଆସନ୍ତା ୨୭ ଓ ୨୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଗସ୍ତରେ ଆସି ଏଠାରେ ଭିତ୍ତିପ୍ରସ୍ତର କରିବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.