ସହର ଭିତରେ ସିଂହ : ଗୋଟିଏ କି ଦୁଇଟି ନୁହେଁ, ପୂରା ଦଳ

ସହର ଭିତରେ ପଶୁରାଜ ସିଂହ। ଗୋଟିଏ କି ଦୁଇଟି ନୁହେଁ, ଜନବସତି ଭିତରେ ପଶିଛନ୍ତି ଗୋଟିଏ ଦଳ। ବେଶ ଦୀର୍ଘ ସମୟ ଧରି ଘୂରି ବୁଲିଛନ୍ତି। ତେବେ ବିଳମ୍ବିତ ରାତି ହୋଇ ଥିବାରୁ କୌଣସି ଅଘଟଣ ଘଟି ନାହିଁ। ଏ ହେଉଛି ଗୁଜରାଟର ଭାବନାଥ ଅଞ୍ଚଳର ଦୃଶ୍ୟ। ଗିର୍ ଜଂଗଲରୁ ଗୋଟିଏ ସିଂହ ଦଳ ରାତିରେ ଜନବସତି ଭିତରକୁ ପଶି ଆସିଥିଲେ।

କିଛି ସମୟ ବୁଲାବୁଲି କରିବା ପରେ ପୁଣି ରାତି ପାହିବା ପୂର୍ବରୁ ଜଂଗଲକୁ ଚାଲି ଯାଇଥିଲେ। ତେବେ ଜନବସତି ଭିତରକୁ ସିଂହ ପଶି ଆସିବା ଗୁଜରାଟ ପାଇଁ କିଛି ନୂଆ କଥା ନୁହେଁ। ଏଭଳି ଘଟଣା ଅନେକ ଥର ଘଟିଛି। କେବେ ରାଜରାସ୍ତା ଆଉ କେବେ ଜନବସତି ଭିତରେ ସିଂହମାନଙ୍କୁ ବୁଲିବାର ଦେଖାଯାଇଛି।