ପ୍ଳାଷ୍ଟିକ ମୁକ୍ତ ହେବ କେନ୍ଦୁଝର ଜିଲ୍ଲା, ଶାଳପତ୍ର ଚଉପତିରେ ଦିଆଯିବ ଜଳଖିଆ

କେନ୍ଦୁଝର (କେନ୍ଯୁଜ୍) : ପ୍ଳାଷ୍ଟିକ ମୁକ୍ତ ହେବ କେନ୍ଦୁଝର ଜିଲ୍ଲା । ଏଣିକି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଶାଳପତ୍ରରେ ନିର୍ମିତ ଚଉପତିରେ ଦିଆଯିବ ଜଳଖିଆ । ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ । ସେହିପରି ପ୍ଲାଷ୍ଟିକ ବଦଳରେ କାଗଜ ଓ କାଚ ଗ୍ଲାସ ବ୍ୟବହାର ହେବ ।